ହାତୀ ଘର ଭାଙ୍ଗି ଧାନ ଖାଇବା ପରେ ଉତ୍ତେଜନା

Advertisment

ବନ ବିଭାଗ ଗାଡ଼ି ଭାଙ୍ଗିଲେ ଗ୍ରାମବାସୀ

ବନ ବିଭାଗ ଗାଡ଼ି ଭାଙ୍ଗିଲେ ଗ୍ରାମବାସୀ

ହାତୀ ଘର ଭାଙ୍ଗି ଧାନ ଖାଇବା ପରେ ଉତ୍ତେଜନା

Public App

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଘଣ୍ଟାପଡ଼ା ଫରେଷ୍ଟ ସେକ୍‌ସନ ଅଧୀନସ୍ଥ ମାଣିକପୁର ଗ୍ରାମରେ ସୋମବାର ଭୋର ୫ଟା ବେଳେ ହାତୀପଲ ଆସି ଗାଁ’ର ଭଗବାନ ରଣାଙ୍କ ଘର ଟାଇଲ ଓ ଆଜବେଷ୍ଟସ୍‌ ଭାଙ୍ଗି ଧାନ ବସ୍ତାରୁ ଧାନ ଖାଇଗଲେ। ଏହା ସହ ଘର ଅଗଣାରେ ଥିବା ବାଇକ୍‌ଟିକୁ ମଧ୍ୟ ଭାଙ୍ଗିଦେଲେ। ହାତୀ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇ ଯାଇଥିବା ଶ୍ରୀ ରଣା ଓ ତାଙ୍କ ପରିବାର ଏ ସବୁ ଦୃଶ୍ୟ ଘର ଭିତରୁ ଦେଖୁଥାନ୍ତି। ହାତୀ ପଲ ସେଠାରୁ  ଚାଲିଯିବା ପରେ ଶ୍ରୀ ରଣା ସଙ୍ଗେ ସଙ୍ଗେ ଘଣ୍ଟାପଡ଼ା ବନ ବିଭାଗକୁ ଖବର ଦେଇଥିଲେ।

ହେଲେ ବନ ବିଭାଗ କର୍ମଚାରୀ ପହଞ୍ଚିବାର ବିଳମ୍ବ ହେବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ବନ ବିଭାଗ ଗାଡ଼ି ସେଠାରେ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଲୋକେ ଗାଡ଼ିର କାଚ ଭାଙ୍ଗି ଦେବା ସହ ଗାଡ଼ିକୁ ପୋଡିବା ପାଇଁ ପାଳ ବୋହି ଆଣି ତା’ ଉପରେ ପକାଇଥିଲେ। ତେବେ ଫରେଷ୍ଟର ଚନ୍ଦ୍ରଶେଖର ଦାସ ଏ ନେଇ ପୁଲିସକୁ ଖବର ଦେବାରେ ଘଣ୍ଟାପଡ଼ା ଫାଣ୍ଡି ଅଧିକାରୀ ଗଣନାଥ ଥନାପତି ଓ କଣ୍ଟାମାଳ ଥାନାଧିକାରୀ ନଳିନୀକାନ୍ତ ଦାସ ପୁଲିସ ଟିମ ଧରି ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଶ୍ରୀ ରଣାଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ତେବେ ଆଜି ରାତି ୯ଟା ବେଳେ କଣ୍ଟାମାଳ ରେଞ୍ଜର କ୍ଷୀରାବ୍ଧୀ ପ୍ରଧାନ ବନ ବିଭାଗ ଗାଡ଼ି ଭାଙ୍ଗିବାରୁ ମାଣିକପୁର ଗ୍ରାମବାସୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଥାନାଧିକାରୀ ଶ୍ରୀ ଦାସଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe