ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି କଂଗ୍ରେସର ଆନ୍ଦୋଳନ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ

Advertisment
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି କଂଗ୍ରେସର ଆନ୍ଦୋଳନ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ୱର: ରାଜଧାନୀରେ କଂଗ୍ରେସର ଆନ୍ଦୋଳନ ବେଳେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ମମିତା ମେହେର ହତ୍ୟା ଘଟଣାରେ ଛାତ୍ର କଂଗ୍ରେସର ପ୍ରତିବାଦ କରିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ଆନ୍ଦୋଳନକାରୀ। ଛାତ୍ର କଂଗ୍ରେସର ଜିଲ୍ଲା ସଭାପତି ଓ କର୍ମକର୍ତ୍ତାମାନେ ଏହି ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେପଟେ କଂଗ୍ରେସ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିସନରେଟ୍ ପୁଲିସ।

ନବୀନ ନିବାସ ଘେରାଉ ପାଇଁ ବ୍ୟାରିକେଡ ଭାଙ୍ଗିଛନ୍ତି ଯୁବ କଂଗ୍ରେସ କର୍ମୀ। ଘଟଣାସ୍ଥଳରେ ପୁଲିସ ସହ ଧସ୍ତାଧସ୍ତି ହୋଇଛି। ଆନ୍ଦୋଳନକାରୀଙ୍କୁ ଜୋରଜବରଦସ୍ତ ଉଠାଇନେଇଛନ୍ତି ସୁରକ୍ଷାକର୍ମୀ।

ନବୀନ ନିବାସକୁ ଥିବା ସମସ୍ତ ରାସ୍ତାକୁ ସିଲ କରାଯାଇଛି। ୨୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛି। ନବୀନ ନିବାସ ଯିବାକୁ ଥିବା ରାସ୍ତାର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡ ଭାଙ୍ଗି ଆଗକୁ ଯିବାକୁ ଅଗ୍ରସର ବେଳେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ଆନ୍ଦୋଳନକାରୀଙ୍କୁ ଉଠାଇନେଇଛି ପୁଲିସ।

ସେହିପରି ମମିତା ମେହେର ମାମଲାକୁ ନେଇ ରାଜ୍ୟ ଯୁବ କଂଗ୍ରେସ କଟକ ଡିଜି ଅଫିସ ଘେରାଉ କରିଛି। କଟକ ଗୌରୀଶଙ୍କର ପାର୍କ ପାଖରେ ଏକ ବିଶାଳ ସମାବେଶ କରିଛି। ଏହାପରେ ପ୍ରତିନିଧି ଦଳ ପୁଲିସ ଡିଜିଙ୍କୁ ଭେଟି ମମିତାଙ୍କ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି। ସେପଟେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି ସହ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କଠୋର ଦଣ୍ଡ ଦେବାକୁ ଦାବି କରି ପ୍ରତିବାଦ କରୁଛି କଂଗ୍ରେସ। ପ୍ରତିବାଦ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe