ବିଭିନ୍ନ ସମସ୍ୟା ନେଇ ଗର୍ଜିଲା କଂଗ୍ରେସ

ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବିଭିନ୍ନ ସମସ୍ୟା ନେଇ ଗର୍ଜିଲା କଂଗ୍ରେସ

ଟିଟିଲାଗଡ଼: ଟିଟିଲାଗଡ଼ ସହରରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାକୁ ନେଇ ଶନିବାର ଟିଟିଲାଗଡ଼ ନଗର କଂଗ୍ରେସ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ନଗର କଂଗ୍ରେସ ଆବାହକ ଦେବାନନ୍ଦ ସାହୁଙ୍କ ନେତୃତ୍ୱରେରେ ଆୟୋଜିତ ଧାରଣାରେ ପୂର୍ବ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଏଆଇସିସି ସଦସ୍ୟ ବିଧୁଭୂଷଣ ତ୍ରିପାଠୀ, ପୂର୍ବ ବ୍ଲକ୍‌ ସଭାପତି ତୁଳସୀ ସାହୁ, ରାଜେନ୍ଦ୍ର ମିଶ୍ର, ଘିନୁ ଆଡ଼ଜୁଆଡ଼, ମୁକେଶ ଜୈନ ପ୍ରମୁଖ ସାମିଲଥିଲେ। ବହୁଦିନ ଧରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ, ରନ୍ଧନ ଗ୍ୟାସ ସିଲିଣ୍ଡର ଦର ହ୍ରାସ, ପନିପରିବା ତଥା ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବୃଦ୍ଧି ନିୟନ୍ତ୍ରଣ କରିବା, ବିଦ୍ୟୁତ୍‌ ବିଭାଗର ମନମୁଖି ବିଲ୍‌ ଆଦାୟ ଉପରେ ରୋକ ଲଗାଇବା, ବେକାର ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ଆଦି ଦାବି କରାଯାଇଥିଲା।

ଦାବିଗୁଡ଼ିକ ଉପରେ ଆବଶ୍ୟକ ପଦକ୍ଷେପ ନିଆ ନଗଲେ ଆନ୍ଦୋଳନ ଜୋର୍‌ଦାର କରାଯିବ ବୋଲି କଂଗ୍ରେସ କର୍ମୀମାନେ ଚେତାବନୀ ଦେଇଥିଲେ। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀଙ୍କୁ ଦେଇଥିଲେ। ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ସରାଫ, ଡମ୍ବରୁଧର ଛତ୍ରିଆ, ମାଇନରିଟି ସେଲ ଜିଲ୍ଲା ସଭାପତି ବିଚିତ୍ର ବାଗ, ଅଭୟ ସାହୁ, ସୂରଜ ବେହେରା, ମନୋଜ ବେହେରା, ଛାତ୍ର କଂଗ୍ରେସ ସଭାପତି ଜ୍ଞାନ ରଞ୍ଜନ ସରାଫ, ପୀତବାସ ଚିନାଗୁନ, ହୃଦା ମାଝୀ, କ୍ଷୀର ସାଗର ବର୍ମା, ସୁବ୍ରତ ବେହେରା, ଚମାର ବେହେରା ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe