ହାତୀଶାଳ ଘାଟିରେ ୮୦ଫୁଟ୍‌ ତଳକୁ ଖସିଲା କଣ୍ଟେନର

Advertisment
ହାତୀଶାଳ ଘାଟିରେ ୮୦ଫୁଟ୍‌ ତଳକୁ ଖସିଲା କଣ୍ଟେନର

ଲାଞ୍ଜିଗଡ଼: ବିଶ୍ୱନାଥପୁରଠାରୁ ବିଜେପୁରକୁ ସଂଯୋଗ କରୁଥିବା ହାତୀଶାଳ ଘାଟିରେ ଏକ କପା ବୋଝେଇ କଣ୍ଟେନର ଦୁର୍ଘଟଣା ହୋଇଛି। ଏଥିରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି।

ସୂଚନା ଅନୁସାରେ, କଲ୍ୟାଣ ସିଙ୍ଗପୁରଠାରୁ ଏକ କପା ବୋଝେଇ କଣ୍ଟେନର ବଲାଙ୍ଗୀର ଯାଉଥିବା ବେଳେ ହାତୀଶାଳ ଘାଟିର ବଂଜାରୀ ମନ୍ଦିର ବୁଲାଣିରେ ଡ୍ରାଇଭର ରାସ୍ତା ଜାଣି ନ ପାରିବାରୁ ଗାଡ଼ିଟି ୮୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଗାଡ଼ିଟି ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଯାଇଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ହାତୀଶାଳ ଘାଟି ରାସ୍ତା ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଥିବା ଯୋଗୁଁ ସଦା ବେଳେ ଦୁର୍ଘଟଣାମାନ ଘଟୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe