ରାସ୍ତା ତିଆରି ନାମରେ କେନାଲ ପୋତିଦେଲେ ଠିକାଦାର

ରାସ୍ତା ତିଆରି ନାମରେ କେନାଲ ପୋତିଦେଲେ ଠିକାଦାର

ଉଲୁଣ୍ଡା: ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକ୍‌ କୋଟସମଲାଇ ଗାଁ’ର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମେଣ୍ଡିଲିମୁଣ୍ଡା ପୋଖରୀରୁ କହିମାଲର ଚାଷୀମାନେ ପାଣି ପାଇପାରୁ ନାହାନ୍ତି। ଫଳରେ ଫସଲ ନଷ୍ଟ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଜମିକୁ ପାଣି ଯିବା ପାଇଁ କେନାଲର ବ୍ୟବସ୍ଥା ଥିଲା। କିନ୍ତୁ ନୂତନ ରାସ୍ତା ତିଆରି ବେଳେ ସଂପୃକ୍ତ ଠିକାଦାର ଉକ୍ତ କେନାଲକୁ ପୋତି ଦେଇଛନ୍ତି। ଯଦ୍ବାରା ଜମିକୁ ଆଉ ପାଣି ଯାଇପାରୁ ନଥିବାରୁ ଫସଲ ନଷ୍ଟ ହୋଇ ଚାଷୀମାନେ ବିଭିନ୍ନ ସମୟରେ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏବେ କୁହିମାଲ ଅଞ୍ଚଳକୁ ପାଣି ପହଞ୍ଚି ପାରୁନାହିଁ।

ମାତ୍ର ଚାଷୀଙ୍କଠାରୁ ଜଳକର ଆଦାୟ କରାଯାଉଛି। ଚାଷୀମାନେ କେନାଲ ଖୋଳିବା ପାଇଁ ଆଗରୁ ତହସିଲଦାରଙ୍କୁ ଭେଟିଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ପାଣି ନ ପହଞ୍ଚିବା ଦ୍ବାରା କୁହିମାଲର ପ୍ରାୟ ୬୦ ଏକର ଜମିରେ ଧାନ ଫସଲ ନଷ୍ଟ ହୋଇଥିବା ଯୁବ ଚାଷୀ ମଣ୍ଟୁ ମନ୍ତ୍ରାଙ୍କ ସମେତ ଅନ୍ୟମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe