ଠିକାଦାରଙ୍କୁ ୨ ଲକ୍ଷ ୧୦ ହଜାର ଜରିମାନା

Advertisment
ଠିକାଦାରଙ୍କୁ ୨ ଲକ୍ଷ ୧୦ ହଜାର ଜରିମାନା

OrissaPOST

କଳାବାଡ଼ିଆ: ବାଙ୍ଗିରିପୋଷି ବ୍ଲକ୍‌ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରୁଥିବା ଠିକାଦାରମାନେ ବେଆଇନ ଖଣିଜ ସମ୍ପଦ ଲୁଟ୍‌ କରି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନୀ କରୁଥିବା ଦେଖିବାକୁ ମିଳୁଛି। ଗତକାଲି ବାଙ୍ଗିରିପୋଷି ସରକାରୀ ଆଦର୍ଶ ବିଦ୍ୟାଳୟ ପଛପଟୁ ଜେସିବି ସାହାଯ୍ୟରେ ସରକାରୀ ଜମିରୁ ମୋରମ ଉତ୍ତୋଳନ କରୁଥିଲେ ଜଣେ ଠିକାଦାର। ପ୍ରାୟ ୩୦ ଫୁଟ୍‌ ଗଭୀରର ଗାତ ଖୋଳି ରାତିରେ ମୋରମ ଉଠାଇ ସଡ଼କ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରୁଥିଲେ।

ଏ ନେଇ ଗ୍ରାମବାସୀ ତାଙ୍କୁ ତାଗିଦ କରିବାରୁ ସେ ଓଲଟା ମନ୍ତ୍ରୀଙ୍କ ପାଖଲୋକ କହି ନାଲିଆଖି ଦେଖାଇଥିବା ଅଭିଯୋଗ ହୋଇଛି। ଖବର ପାଇ ବାଙ୍ଗିରିପୋଷି ଆର୍‌ଆଇ ଅଜିତ କୁମାର ସିଂହ ଓ ଅତିରିକ୍ତ ତହସିଲଦାର ସାହେବ ରାମ ବାସ୍କେ ପହଞ୍ଚି ମୋରମ ଉତ୍ତୋଳନ ରୋକିବା ସହ ଠିକାଦାର ଗୋବିନ୍ଦ ଚନ୍ଦ୍ର ସାହୁଙ୍କୁ ଏହି ବେଆଇନ କାର୍ଯ୍ୟ ପାଇଁ ୨ ଲକ୍ଷ ୧୦ ହଜାର ୫ଶହ ଟଙ୍କା ଜରିମାନା କରିଛନ୍ତି। ଆସନ୍ତା ୧୭ ତାରିଖ ସୁଦ୍ଧା ଟଙ୍କା ପୈଠ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଖିଲାପ କ‌ଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଅତିରିକ୍ତ ତହସିଲଦାର ଶ୍ରୀ ବାସ୍କେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe