ଠିକାଦାରଙ୍କୁ ଗୁଳିକରି ହତ୍ୟା

Advertisment
ଘରେ ପଶି ଆଦିବାସୀ ମହିଳାଙ୍କୁ ଗୁଳିମାଡ଼, ଦୁର୍ବୃତ୍ତ ଫେରାର

India Today

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡେଶ୍ବର ନିକଟରେ ଗୁଳିମାଡ଼ରେ ଜଣେ ଠିକାଦାରଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି‌, ରାଧାମୋହନପୁରର ରମେଶ ଚନ୍ଦ୍ର ରାଉତ(୫୦)।

‌ରମେଶ ରବିବାର ରାତି ପ୍ରାୟ ସାଢ଼େ ଦଶଟା ସମୟରେ ଟାଙ୍ଗୀ ଥାନା ଅଧୀନସ୍ଥ ଚଣ୍ଡେଶ୍ବରଠାରେ ଥିବା ଏକ ଢାବାରେ ଖାଇ ନିଜ ମୋଟରସାଇକେଲ୍‌ରେ ଘରକୁ ଫେରୁଥିଲେ। ସେହି ଗାଡ଼ି‌ରେ ରମେଶଙ୍କ ସହିତ ମୁଣ୍ଡାଳ ଗ୍ରାମର ଦିଲୀପ ସୁରଜିତ ଓ ଗଙ୍ଗାଧର ସୁବୁଦ୍ଧି ଥିଲେ। ସେମାନେ ଚଣ୍ଡେଶ୍ବର ସାତଶଙ୍ଖ ଗଡ଼ାଣି ରାସ୍ତାରେ ପହଞ୍ଚିଥିବା ବେଳେ ଅନ୍ୟ ଏକ ମୋଟର ସାଇକେଲରେ ପଛରୁ ଦୁଇଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ଅଟକାଇଥିଲେ। କେହି କିଛି ବୁଝିବା ପୂର୍ବରୁ ହଠାତ୍‌ ପଛରେ ବସିଥିବା ରମେଶଙ୍କୁ ସେମାନେ ଗୁଳି କରିଥିଲେ। ଏହାପରେ ‌ଦୁର୍ବୃତ୍ତମାନେ ଫେରାର୍‌ ହୋଇଯାଇଥିବା ବେଳେ ଗୁରୁତର ଅବସ୍ଥାରେ ରମେଶଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ପୁଲିସ ଜବତ କରିଥିବା ବେଳେ ରମେଶଙ୍କ ଦୁଇ ବନ୍ଧୁଙ୍କୁ ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe