ଧର୍ମଶାଳା : ୫-ଟି ଯୋଜନାରେ ରୂପାନ୍ତରିତ ହୋଇଥିବା ଧର୍ମଶାଳା ବ୍ଲକ୍ ନେଉଳପୁରସ୍ଥିତ ନୀଳସୁନ୍ଦର ସରକାରୀ ହାଇସ୍କୁଲର ପାଚେରିକୁ ଗତକାଲି ଭାଙ୍ଗି ଦିଆଯାଇଛି। ଦେଢ଼ବର୍ଷ ପୂର୍ବେ ଏହାକୁ ରଙ୍ଗ କରାଯାଇ ବିଭିନ୍ନ ମହାପୁରୁଷଙ୍କ ଚିତ୍ର ଅଙ୍କା ଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଉଦ୍ଘାଟିତ ହୋଇଥିବା ଏହି ବିଦ୍ୟାଳୟରେ ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ରୂପାନ୍ତରିତ ହେବାର ମାତ୍ର ଦେଢ଼ବର୍ଷରେ ପାଚେରି ଭଙ୍ଗାହେବା ଘଟଣାରେ କାମର ମଜଭୁତ୍ ପଣିଆକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।
ପାଚେରି ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଏହାକୁ ଭାଙ୍ଗି ଦିଆଗଲା ବୋଲି ବିଦ୍ୟାଳୟ ପକ୍ଷରୁ ସଫେଇ ଦିଆଯାଇଛି। ଯଦି ପାଚେରି ବିପଦସଙ୍କୁଳ ଅବସ୍ଥାରେ ରହିଥିଲା ସେତେ ବେଳେ ଏହାକୁ ମରାମତି କିମ୍ବା ଭଙ୍ଗାଯାଇ ନୂଆ ପାଚେରି କରାଗଲାନାହିଁ କାହିଁକି? ବିପଦସଙ୍କୁଳ ପାଚେରିରେ ରଙ୍ଗବୋଳି ବିଲ୍ ଉଠାଇ ନିଆଗଲା। ଏହିଭଳି ଅଧିକାଂଶ ବିଦ୍ୟାଳୟରେ ପୁରୁଣା କାନ୍ଥରେ ରଙ୍ଗମାରି ୫-ଟି ଅର୍ଥକୁ ଚଳୁ କରାଯାଇଥିବା ଅଭିଯୋଗ ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
Follow Us