ଦୋଷୀକୁ ଅଢ଼େଇ ବର୍ଷ ଜେଲ୍‌ ଦଣ୍ଡ

ଘରେ ପଶି ଚୋରି ଘଟଣା: ପଡ଼ୋଶୀ ଯୁବକ ଜେଲ୍‌ ଗଲେ

www.google.com

ବାରିପଦା: ପତ୍ନୀଙ୍କୁ ନିର୍ଯାତନା ଓ ଝିଅକୁ ଅସଦାଚରଣ ମାମଲାରେ ଦୋଷୀ ତରୁଣ କୁମାର ଜେନାକୁ ବାରିପଦା ଅତିରିକ୍ତ ଜିଲ୍ଲା ଦୌରାଜଜ୍(୧) ସୁରେଶ ଚନ୍ଦ୍ର ପ୍ରଧାନ ଅଢେଇ ବର୍ଷ ଜେଲ୍‌ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ୧ ହଜାର ଟଙ୍କା ଜରିମାନା ଓ ଏହି ଅର୍ଥ ଅନାଦେୟ ଅଧିକ ୬ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ; ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ମଙ୍ଗଳପୁର ଗାଁର ତରୁଣ କୁମାର ଜେନା ନିଜ ପତ୍ନୀ ଭାରତୀଙ୍କୁ ‌ଯୌତୁକ ଦାବିରେ ନିର୍ଯାତନା ଦେଉଥିଲେ। ଏଥିସହ ନିଜ ଝିଅକୁ ମଧ୍ୟ ଅସଦାଚରଣ କରିଥିଲା। ନିର୍ଯାତନା ଅସହ୍ୟ ହେବାରୁ ଝିଅ ଓ ପୁଅକୁ ନେଇ ଭାରତୀ ବାପଘରକୁ ଚାଲି ଆସିଥିଲେ। ତାପରେ ବି ତରୁଣ, ପତ୍ନୀଙ୍କ ପିଛା ଛାଡ଼ିନଥିଲେ ଓ ବିଭିନ୍ନ ସମୟରେ ଧମକଚମକ ଦେଉଥିଲେ। ଏନେଇ ଭାରତୀ ରାସଗୋବିନ୍ଦପୁର ଥାନାରେ ୨୦୨୦ ମସିହାରେ ଅଭିଯୋଗ କରିଥିଲେ। ୧୫୯/୨୦୨୦ରେ ପୁଲିସ ମାମଲା ରୁଜୁ କରି ତରୁଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିଦିନଠୁ ସେ ବାରିପଦା ସର୍କଲ ଜେଲ୍‌ରେ ବିଚାରଧୀନ ବନ୍ଦୀ ଭାବେ ରହି ଆସୁଛନ୍ତି। ଏହି ମାମଲାର ଆଜି ରାୟ ପ୍ରକାଶ ପାଇଥିବା ବେଳେ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି କୃଷ୍ଣଚନ୍ଦ୍ର ଦାସ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe