stock.adobe.com
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଚମାରଗାଁ ପଞ୍ଚାୟତ ଚାଫଲା ଗ୍ରାମରେ ଜଣେ ଦଳିତ ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ଅଛୁଆଁ କହି ଗ୍ରାମବାସୀ ଗାଁ ଶ୍ମଶାନରେ ସତ୍କାର କରିବାକୁ ଦେଇନାହାନ୍ତି। ଫଳରେ ଦୀର୍ଘ ସମୟ ଧରି ଗାଁ ରାସ୍ତାରେ ଶବଟି ପଡ଼ି ରହିଛି।
ସୂଚନା ଅନୁସାରେ, ରାଇବଣିଆ ଥାନା ଭଣ୍ଡାରପଲ୍ଲୀ ଗ୍ରାମର ରାମଚନ୍ଦ୍ର ମାହାଲ ପରିବାର ସହ ଚାଫଲା ଗ୍ରାମରେ ରହି ଆସୁଛନ୍ତି। ଗତକାଲି ରାତି ୧୦ଟାରେ ତାଙ୍କର ଏକମାତ୍ର ପୁଅ ସୁରେନ୍ଦ୍ର (୪୬) ଘରେ ଶୋଇଥିବା ବେଳେ କୌଣସି ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ସୁରେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶନିବାର ଅପରାହ୍ନରେ ଶବ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ଶବ ଶ୍ମଶାନକୁ ଛାଡ଼ି ନଥିଲେ। ଖବର ପାଇ ଘଟଣାସ୍ଥଳରେ ରାଇବଣିଆ ଥାନା ପୁଲିସ, ଚମାରଗାଁ ସରପଞ୍ଚ ଓ ଅଞ୍ଚଳର କିଛି ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ବି କୌଣସି ସୁଫଳ ମିଳିନଥିବା ଜଣାପଡ଼ିଛି।
Follow Us