Telegraph India
ଭୁବନେଶ୍ବର : ଆସନ୍ତା ୩୧ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ପାରିତ ହେବାକୁ ଥିବାବେଳେ ବୁଧବାର ଦିନ ୨୫ଟି ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ୍ ମାଧ୍ୟମରେ ପାରିତ ହୋଇଛି। ଅପରପକ୍ଷେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ପାରିତ ହୋଇଛି।
ବୁଧବାର ଦିନ ଆଇନ, ଅର୍ଥ, ବାଣିଜ୍ୟ, ଓଡ଼ିଶା ବିଧାନସଭା, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା, କ୍ରୀଡ଼ା ଓ ଯୁବସେବା, ପଞ୍ଚାୟତିରାଜ ଓ ପାନୀୟ ଜଳ, ସାଧାରଣ ଅଭିଯୋଗ ଓ ପେନସନ୍ ପ୍ରଶାସନ, ପରିବହନ, ସୂଚନା ଓ ଲୋକସମ୍ପର୍କ, ଅବକାରୀ, ବିଜ୍ଞାନ ଓ ବୈଷୟିକ, ସଂସଦୀୟ ବ୍ୟାପାର, ଶକ୍ତି, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ, ସରକାରୀ ଉଦ୍ୟୋଗ, ମହିଳା ଓ ଶିଶୁ ବିକାଶ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ବିପର୍ଯ୍ୟୟ ପରିଚାଳନା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ମିସନ୍ ଶକ୍ତି ବିଭାଗର ଖର୍ଚ୍ଚ ଦାବିକୁ ଗିଲୋଟିନ୍ ମାଧ୍ୟମରେ ବାଚସ୍ପତି ପାରିତ କରିଛନ୍ତି।
ଏହା ପୂର୍ବରୁ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ପାରିତ ହୋଇଛି। ବିରୋଧୀ ଗୃହର ମଧ୍ୟ ଭାଗରେ ହଟ୍ଟଗୋଳ କରୁଥିବାରୁ ଦୁଇ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ ନଥିଲେ। ଶାସକ ଦଳ ପକ୍ଷରୁ ଭୂପିନ୍ଦର ସିଂହ ଏବଂ ଚନ୍ଦ୍ର ସାରଥୀ ବେହେରା ବିଭାଗର ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ। ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ସେମାନଙ୍କ ବିଭାଗର ଯୋଜନା ଓ ସଫଳତା ବିଷୟରେ କହିଥିଲେ।
Follow Us