ସମ୍ବିତ ଭାଇଙ୍କ ପାଇଁ ଦେଶବାସୀ ଜାଣିଲେ ପୁରୀ ଓଡ଼ିଶାରେ: ବିଜେପି ନେତ୍ରୀ

Advertisment
ମହାନଦୀ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସର୍ବଦଳୀୟ ବୈଠକ ଡାକନ୍ତୁ: ବିଜେପି

Twitter

ଭୁବନେଶ୍ୱର : ‘ଦେଶର ବହୁ ଅଣଓଡ଼ିଆଙ୍କ ଧାରଣା ପୁରୀ ଓଡ଼ିଶାରେ ନୁହେଁ; କଲିକତାରେ। ୨୦୧୯ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା ଆସନରୁ ସମ୍ବିତ ଭାଇ ପ୍ରତିଦ୍ବନ୍ଦ୍ବିତା କରିବାରୁ ଦେଶବାସୀ ଜାଣିଲେ ପୁରୀ ଓଡ଼ିଶାରେ ବୋଲି।’ ଗୋଟିଏ ମଞ୍ଚରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ଏପରି ବିବାଦୀୟ ମନ୍ତବ୍ୟ ଏବେ ରାଜ୍ୟବାସୀଙ୍କୁ ଚକିତ କରିଛି। ଏ ନେଇ ତାଙ୍କର ଗୋଟିଏ ଭିଡିଓ ଭାଇରାଲ୍‌ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ଲେଖାଶ୍ରୀ କହିଛନ୍ତି ଯେ, ଦେଶର ଅଧିକାଂଶ ବ୍ୟକ୍ତି କଲିକତାକୁ ପଶ୍ଚିମବଙ୍ଗର ରାଜଧାନୀ ବୋଲି ଜାଣନ୍ତି ନାହିଁ। ସେହିପରି ପୁରୀ କଲିକତାରେ ବୋଲି କୁହନ୍ତି। ବିଜେପି ନେତା ସମ୍ବିତ ପାତ୍ର ଯଦି ଲୋକସଭା ନିର୍ବାଚନ ଲଢ଼ି ନ ଥାନ୍ତେ, ତାହେଲେ ପୁରୀ ଓଡ଼ିଶାରେ ବୋଲି ବାହାର ଲୋକ ଜାଣିପାରି ନ ଥାନ୍ତେ। ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ନିଜକୁ ଚର୍ଚ୍ଚାରେ ରଖୁଥିବା ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ଏବେ ଏହି ବିତଣ୍ଡା ଯୁକ୍ତି ବାଢ଼ି ପୁଣିଥରେ ଚର୍ଚ୍ଚାରେ ରହିବାକୁ ଉଦ୍ୟମ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe