ଡକାଡକି ହୋଇ ଆରପାରିକୁ ଚାଲିଗଲେ ଦମ୍ପତି: ସାତ ଘଣ୍ଟା ବ୍ୟବଧାନରେ ସାହିତ୍ୟିକ ପ୍ରଶାନ୍ତ ବିଶ୍ବାଳ ଓ ପତ୍ନୀ ଝରଣାଙ୍କ ଦେହାନ୍ତ

ମାତ୍ର ୭ ଘଣ୍ଟାର ବ୍ୟବଧାନରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ବିଶ୍ବାଳ (୬୨) ଓ ତାଙ୍କ ପତ୍ନୀ ଝରଣା ଜେନା (୫୪)ଙ୍କ ପରଲୋକ ବିଭିନ୍ନ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।

dggddg

କଟକ/ମାହାଙ୍ଗା: ମାତ୍ର ୭ ଘଣ୍ଟାର ବ୍ୟବଧାନରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ବିଶ୍ବାଳ (୬୨) ଓ ତାଙ୍କ ପତ୍ନୀ ଝରଣା ଜେନା (୫୪)ଙ୍କ ପରଲୋକ ବିଭିନ୍ନ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। କିଛି ଦିନ ଧରି ଅସୁସ୍ଥ ଥିବା ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଶାନ୍ତ ବିଶ୍ବାଳ କଟକ ବଡ଼ଡାକ୍ତରଖାନା ଆଇସିୟୁରେ ମଙ୍ଗଳବାର ଭୋର ପ୍ରାୟ ୪ଟା ସମୟରେ ଶେଷ ନିଶ୍ବାସ ତ୍ୟାଗ କରିଥିବା ବେଳେ ପତ୍ନୀ ଝରଣା ଜେନା ଦିନ ପ୍ରାୟ ସାଢ଼େ ୧୨ଟା ବେଳକୁ ଅସୁସ୍ଥ ହୋଇ ମହାନଦୀବିହାରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଉଭୟଙ୍କ ମୃତଦେହକୁ ମାହାଙ୍ଗା ଅଡ଼ମ ମହେଶପୁରକୁ ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ଏକମାତ୍ର ପୁତ୍ର ସ୍ବାଧୀନ ବିଶ୍ବାଳ ମୁଖାଗ୍ନି ଦେଇଥିଲେ।

ଗୁରୁଚରଣ ବିଶ୍ବାଳ-ଦୁତିକା ରାଣୀଙ୍କ ବଡ଼ପୁଅ ପ୍ରାଧ୍ୟାପକ ପ୍ରଶାନ୍ତ ବିଶ୍ବାଳ ଇଂରାଜୀ ଅଧ୍ୟାପକ ଭାବେ ଯାଜପୁରସ୍ଥିତ ଧର୍ମଶାଳା କଲେଜରୁ ବୃତ୍ତିଗତ ଜୀବନ ଆରମ୍ଭ କରି ଓଡ଼ିଶାର ଅନେକ କଲେଜରେ କାର୍ଯ୍ୟ କରି ଜଗତପୁର ଏଲ୍.ଏନ୍.ଏସ୍ କଲେଜରୁ ୨୦୨୨ରେ ଅବସର ଗ୍ରହଣ କରିଥିଲେ। ସେ ସାରସ୍ବତ ଅନୁଷ୍ଠାନ ଖୋଲାଝର୍କା ସମେତ ଅନେକ ଅନୁ‌ଷ୍ଠାନ ସହ ସଂପୃକ୍ତ ଥିଲେ। ‘ଜୀବନ ଓ ସର୍ଜନା’,  ‘ଲାଇଫ୍‌ ଆଜ୍‌ ଇଟଇଜ୍‌’ ଭଳି ପୁସ୍ତକ ପାଇଁ ପ୍ରଶାନ୍ତ ଚର୍ଚ୍ଚିତ ଥିଲେ।
କଟକ ମହାନଦୀବିହାର ରହୁଥିବା ପ୍ରଶାନ୍ତ କୁମାର ବିଶ୍ବାଳ ନି‌ମୋନିଆରେ ପୀଡ଼ିତ ହୋଇ କଟକ ବଡ଼ଡାକ୍ତରଖାନା ଆଇସିୟୁରେ ଭର୍ତ୍ତି ହୋଇଥିଲେ।

ସେଠାରେ ଭୋର ୪ଟାରେ ତାଙ୍କର ଦେହାନ୍ତ ହୋଇଥିଲା ବେଳେ ମରଶରୀରକୁ ମହାନଦୀବିହାର ବାସଭବନକୁ ଆଣି ‌ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ପରେ ତାଙ୍କ ମରଶରୀରକୁ ଶେଷ କର୍ମସ୍ଥଳୀ ଜଗତପୁର ଏଲ୍.ଏନ୍.ଏସ୍ କଲେଜକୁ ନିଆଯିବା ପରେ ସେଠାରୁ ଅନ୍ତିମ ସଂସ୍କାର ପାଇଁ  ପୈତୃକ ଗ୍ରାମ ମାହାଙ୍ଗା ଅଡ଼ମ ମହେଶପୁରକୁ ନିଆଯାଇଥିଲା। ପ୍ରାଧ୍ୟାପକ ବିଶ୍ବାଳଙ୍କ ଶେଷକୃତ୍ୟ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପତ୍ନୀ ଝରଣା ଜେନାଙ୍କ ହୃଦ୍‌ଘାତରେ ପ‌‌ରଲୋକ ଘଟିଥିଲା। ପ୍ର‌ାଧ୍ୟାପକ ବିଶ୍ବାଳଙ୍କ ଅନ୍ତିମ ସଂସ୍କାର ସରିବା ପରେ ପରେ ସେହି ଗ୍ରାମ୍ୟ ଶ୍ମଶାନରେ ପାଖାପାଖି ପତ୍ନୀ ଝରଣାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe