ସାଧାରଣତନ୍ତ୍ର ଦିବସରେ ଯୋଗ ଦେଇଥିଲେ,ଶୁଦ୍ଧି ହୋଇ ଭୁଞ୍ଜିଆ ସଂପ୍ରଦାୟରେ ମିଶିଲେ ଦମ୍ପତି

Advertisment
ସାଧାରଣତନ୍ତ୍ର ଦିବସରେ ଯୋଗ ଦେଇଥିଲେ,ଶୁଦ୍ଧି ହୋଇ ଭୁଞ୍ଜିଆ ସଂପ୍ରଦାୟରେ ମିଶିଲେ ଦମ୍ପତି

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟରେ ରହୁଥିବା ଭୁଞ୍ଜିଆ ସଂପ୍ରଦାୟ ଦମ୍ପତି ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗ ଦେବାକୁ ଦିଲ୍ଲୀ ଯାଇଥିଲେ। ସେଠାରୁ ଭୁଞ୍ଜିଆ ଦମ୍ପତି ଭୁଜବଳ ଭୁଞ୍ଜିଆ ଓ କୁଞ୍ଜାବାଇ ଭୁଞ୍ଜିଆ ଗୁରୁବାର ଦିନ ଫେରିଥିଲେ। ଘର ବାହାରେ ଏକ କୋଠରିର ରାତ୍ରି ଯାପନ କରି ସମାଜର ପରମ୍ପରା ଅନୁସାରେ ଶୁଦ୍ଧି ହେବା ପରେ ସମ୍ପ୍ରଦାୟରେ ସାମିଲ ହୋଇଛନ୍ତି। ଦମ୍ପତି କ୍ଷୀରପାଣି ସିଞ୍ଚନ ହୋଇ ସଂପୂର୍ଣ୍ଣ ଭାବେ ଶୁଦ୍ଧି ହୋଇଥିଲେ।

ଏଥିସହ ଗୋଟିଏ ବୋଦା, ପାରା, କୁକୁଡ଼‌ା ଏବଂ ୧୧ଟି ନଡ଼ିଆ, ୧୧ଟି ଲେମ୍ବୁ ଲଙ୍କା ସହ ଏକ ବସ୍ତା ଅରୁଆ ଚାଉଳ ସହ ଭୋଜି ଦେଇଥିଲେ। ବୋଦା, ପାରା ଓ କୁକୁଡ଼ା ସୁନାଦେଈ ଇଷ୍ଟ ଦେବଦେବୀଙ୍କଠାରେ ବଳି ପଡ଼ିଥିଲା। ଏହା ପରେ ଦମ୍ପତି ଲାଲ ବଙ୍ଗଳାରେ ପ୍ରବେଶ କରିବା ସହ ଇଷ୍ଟଦେବୀ ମା’ ସୁନାଦେଈଙ୍କୁ ଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe