ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଲେ ଦମ୍ପତି: ପତ୍ନୀ ମୃତ, ସ୍ବାମୀ ଗୁରୁତର

Advertisment
ପତ୍ନୀ ସହ ପରିବାରର ୫ ସଦସ୍ୟଙ୍କୁ ଜିଅନ୍ତା ଜାଳିଦେଲା ପଂଜାବ ଯୁବକ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ ରାଇବଣିଆ ଥାନା ଦକ୍ଷିଣ ପ୍ରହରାଜପୁର ପଞ୍ଚାୟତ ଗୁଆଗଡ଼ିଆ ଗ୍ରାମରେ ପାରିବାରିକ କଳହର କରୁଣ ଚିତ୍ର ଦେଖିବାକୁ ମିଳିଛି। ପତି- ପତ୍ନୀଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହେବାରୁ ଉଭୟ ବନ୍ଦ କୋଠରିରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲେ ମଧ୍ୟ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ବାମୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସୂଚନା ଅନୁସାରେ, ଗୁଆଗଡ଼ିଆ ଗ୍ରାମର ଶମ୍ଭୁ ମାଝୀଙ୍କ ପୁଅ ରତିକାନ୍ତ ଓରଫ ରଥିଆ(୨୫) ୩ ମାସ ତଳେ ବାଲେଶ୍ବର ଅଞ୍ଚଳର ଲିଜା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଗତ ଦୁଇଦିନ ତଳେ ରତିକାନ୍ତ ପତ୍ନୀ ଲିଜାଙ୍କୁ ନେଇ ଶ୍ବଶୁର ଘରକୁ ଯାଇଥିଲେ। ଗତକାଲି ସନ୍ଧ୍ୟାରେ ସେମାନେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ଉଭୟ ସେମାନଙ୍କ କୋଠରି ଭିତର ପଟୁ ବନ୍ଦ କରିଥିବା ବେଳେ କୌଣସି କଥାକୁ ଯୁକ୍ତିତର୍କ ସହ କଥା କଟାକଟି ହୋଇଥିଲା। ଏହିସମୟରେ ରତିକାନ୍ତଙ୍କ ମାଆ ପୁଅ-ବୋହୂଙ୍କୁ ବାହାରୁ ଡାକିଥିଲେ ମଧ୍ୟ ସେମାନେ ଶୁଣିନଥିଲେ। ଏହାର କିଛି ସମୟ ପରେ ରତିକାନ୍ତ ଘରର କବାଟ ଖୋଲିଥିବା ବେଳେ ଉଭୟ ନିଆଁରେ ଜଳୁଥିବା ଦେଖାଯାଇଥିଲା। ରତିକାନ୍ତ କୋଠରିରୁ ବାହାରି ଆସି ଦୌଡ଼ିଦୌଡ଼ି ଯାଇ ଘର ପାଖରେ ଥିବା ଏକ ପୋଖରୀକୁ ଡିଆଁ ମାରିଥିଲେ। ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିବା ବେଳେ ସେଠାରୁ ପୁଣି କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। କଟକରେ ପହଞ୍ଚିବା ପୂର୍ବରୁ ପତ୍ନୀ ଲିଜା ଆଖି ବୁଜିଥିବା ବେଳେ ରତିକାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏବେ ରତିକାନ୍ତ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe