କୋଭିଡ୍ ଦୁର୍ନୀତି ଗୁମର ଖୋଲୁଛି

Advertisment

ଖାଦ୍ୟ ବଣ୍ଟନରେ ୩୨.୫୦ଲକ୍ଷ ଟଙ୍କା / ଅସ୍ଥାୟୀ ମେଡିକାଲରେ ୨୮ ଲକ୍ଷ ବ୍ୟୟ

ଖାଦ୍ୟ ବଣ୍ଟନରେ ୩୨.୫୦ଲକ୍ଷ ଟଙ୍କା / ଅସ୍ଥାୟୀ ମେଡିକାଲରେ ୨୮ ଲକ୍ଷ ବ୍ୟୟ

ଦିନକରେ ୫୩ ‌କୋଭିଡ ଆକ୍ରାନ୍ତ ଚିହ୍ନଟ

cntraveller.in

ଯାଜପୁର/ଦାନଗଦୀ : କୋଭିଡ୍ ସମୟରେ ଶ୍ରମିକ ଓ ଦିନ ମଜୁରିଆ ପରିବାର ନାହିଁନଥିବା ଅବସ୍ଥାରେ ଦିନ କାଟିଲେ। ଭୋକ ଉପବାସରେ ଦିନକାଟୁଥିବା ଗରିବ ପରିବାରଙ୍କ ଦୁଃଖ ଦେଖି ଏକାଧିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ କର୍ପୋରେଟ୍ ହାଉସ୍ ମଧ୍ୟ କିଛି କିଛି ଦିନ ରନ୍ଧା ଖାଦ୍ୟ ଜାତୀୟ ରାଜପଥ ଠାରୁ ଆରମ୍ଭ କରି ସାହିବସ୍ତିରେ ବଣ୍ଟନ କ‌ଲେ। ପ୍ରଶାସନ ପକ୍ଷରୁ କାଁ ଭାଁ ରନ୍ଧାଖାଦ୍ୟ ବଣ୍ଟନ ହୋଇଥିଲା। ମାତ୍ର ଖାଦ୍ୟ ବଣ୍ଟନ ଓ ଲୋକମାନଙ୍କୁ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ସେବା ଯୋଗାଇବା ଆଳରେ ପୁଳ ପୁଳା ମିଥ୍ୟା ବିଲ୍ କରାଯାଇ ହରିଲୁଟ୍ କରାଯାଇଥିବା ଅଭିଯୋଗ ଆସିଛି।

କୋରେଇ ବ୍ଲକ୍‌ରେ କୋଭିଡ୍ ସମୟରେ ମିଥ୍ୟା ବିଲ୍ ହୋଇଥିବା ତଥ୍ୟ ଲୋକଲୋଚନକୁ ଆସିବା ପରେ ଏବେ ଦାନଗଦୀ ବ୍ଲକ୍‌ର କୋଭିଡ୍ ଖର୍ଚ୍ଚରେ ଅନିୟମିତତା ପଦାକୁ ଆସିଛି। ଦାନଗଦୀ ବ୍ଲକ୍‌ରେ ଲକ୍‌ଡାଉନ ସମୟରେ ରୋଗୀ, ଅସହାୟ ,ଦରିଦ୍ର ଓ ପ୍ରବାସୀ ବ୍ୟକ୍ତିଙ୍କୁ ଖାଦ୍ୟ ଦେବା ଓ ଅସ୍ଥାୟୀ ଚିକତ୍ସା ଶିବିର ପରିଚାଳନା ବାବଦରେ ୬୦ଲକ୍ଷ ୭୪ହଜାର ୧୧୯ ଟଙ୍କା ଅନୁଦାନ ବ୍ୟୟ ହୋଇଥିବା ଦର୍ଶାଯାଇଛି। ଅସହାୟ, ରୋଗୀ ଓ ପ୍ରବାସୀମାନଙ୍କୁ ୩୨ଲକ୍ଷ ୫୦ ହଜାର ୭୫୪ ଟଙ୍କାର ଖାଦ୍ୟ ବଣ୍ଟନ କରାଯାଇଥିବା ବିଲ୍ କରାଯାଇଛି ।

ସେହିପରି ଅସ୍ଥାୟୀ ଚିକିତ୍ସା ଶିବିର ପରିଚାଳନା ବାବଦରେ ୨୭ ଲକ୍ଷ ୯୯ ହଜାର ୬୦୫ ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି । ଆହୁରି ମଧ୍ୟ କ୍ଲଷ୍ଟର ଅସ୍ଥାୟୀ ଚିକିତ୍ସା ଶିବିର ପାଇଁ ୨୩ ହଜାର ୭୦୦ ଟଙ୍କା ବ୍ୟୟ ହୋଇଛି। କେତେ ବ୍ୟକ୍ତି, କେତେ ଦିନ ସଙ୍ଗରୋଧରେ ରହିଥିଲେ? ଏମାନଙ୍କ ବାବଦରେ କେତେ ଅର୍ଥ ଖର୍ଚ୍ଚ ହୋଇଛି? ତାହାର ତଥ୍ୟ ନାହିଁ। ଲକ୍‌ଡାଉନ୍ ସମୟରେ କେତେ ଜଣ ଲୋକଙ୍କ ପାଇଁ କେତେ ଦିନ କେଉଁଠାରେ ଖାଦ୍ୟ ଦିଆଯାଇଛି? ତାହାର ସବିଶେଷ ତଥ୍ୟ ନାହିଁ। ଏହି ବ୍ଲକର ୨୨ଟି ପଞ୍ଚାୟତରେ କୋଭିଡ ସମୟରେ ପଞ୍ଚାୟତ ଅଧିକାରୀମାନେ ପଞ୍ଚାୟତ ତହବିଲରୁ ସରକାରୀ ଅନୁଦାନ ନିଜ ଇଚ୍ଛା ମୁତାବକ ବ୍ୟୟ କରିଛନ୍ତି । ଅସ୍ଥାୟୀ ଚିକତ୍ସା ଶିବିର ପାଇଁ ଯେତିକି ଅନୁଦାନ ଖର୍ଚ୍ଚ କରାଯାଇଛି; ତାହାଠାରୁ ଅଧିକ ଅର୍ଥ ଲକ୍‌ଡାଉନ ସମୟରେ ମାଗଣାରେ ଖାଦ୍ୟ ଦେବା ବାବଦରେ ବ୍ୟୟ ଦର୍ଶାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ଅସ୍ଥାୟୀ ଚିକିତ୍ସା ଶିବିର ପାଇଁ କିଣା ଯାଇଥିବା ସାମଗ୍ରୀ ଏବେ କେଉଁଠି ? ଏହାର ବିଧିବଦ୍ଧ ତଦନ୍ତ କରାଗଲେ ଲକ୍ଷ ଲକ୍ଷ ଟଙ୍କାର ମିଥ୍ୟା ଭାଉଚର୍ କାରବାର ଧରାପଡ଼ିବ ବୋଲି ସ୍ଥାନୀୟ ଲୋକ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe