ରାଜ୍ୟରେ ଦୈନିକ ସଂକ୍ରମଣ ପୁଣି ୫ଶହ‌ ଡେଇଁଲା

Advertisment
ନକଲି ପଜିଟିଭ୍‌ ରିପୋର୍ଟ ନେଇ ଖବର ପ୍ରକାଶ ପ୍ରସଙ୍ଗରେ ଜେନ୍‌-ଏକ୍ସ ଡାଇଗ୍ନୋଷ୍ଟିକକୁ କାରଣ ଦର୍ଶାଅ ନୋଟିସ୍‌

livemint.com

ଭୁବନେଶ୍ବର : ଗତ ୩ ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୫ଶହ ତଳେ ରହିବା ପରେ ଗୁରୁବାର ପୁଣିଥରେ ସଂକ୍ରମଣ ୫ଶହ ଡେଇଁଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୮୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଖୋର୍ଧାରୁ ସର୍ବାଧିକ ୨୬୧ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାବାଦ୍ କଟକ ୮୭, ଯାଜପୁର ୨୯, ପୁରୀ ୧୮, ବାଲେଶ୍ବର ୧୭, ଜଗତସିଂହପୁର ୧୩, ଝାରସୁଗୁଡ଼ା ୧୧, ସୁନ୍ଦରଗଡ଼ ୧୦ ଓ ଷ୍ଟେଟ୍‌ ପୁଲରୁ ୫୯ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ୮ଟି ଜିଲ୍ଲାରୁ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୧୮ହଜାର ୨୯୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୪ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ କଟକ ୨, ଜଗତସିଂହପୁର, ଯାଜପୁରରେ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୮୧୧୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୬୮୧ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଥିବା ସରକାରୀ ସୂଚନା ଦିଆଯାଇଛି। ଯାହାଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୪ହଜାର ୮୪୫କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୫୨୮୨ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe