ବଡ଼ ଭଉଣୀ ଆଗରେ ସାନକୁ ଟାଣିନେଲା କୁମ୍ଭୀର

Advertisment
ରାଜନଗରରେ ଚାଞ୍ଚଲ୍ୟ: ବଡ଼ଭାଇ ଆଗରେ ସାନକୁ ଟାଣିନେଲା କୁମ୍ଭୀର

Britannica

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ମଥୁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ନିକଟ ପଟାପାରିଆ କେନାଲ ପାର୍ଶ୍ବରେ ଛେଳି ଚରାଉଥିବା ବେଳେ ବଡ଼ ଭଉଣୀ ଆଖି ଆଗରେ ସାନଭଉଣୀକୁ କୁମ୍ଭୀର ଟାଣି ନେଇଛି। ବନ ବିଭାଗ ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରୁଥିଲେ ହେଁ ରାତି ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ।

ଘଟଣା ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର ଅପରାହ୍ନରେ ରାଜନଗର ବ୍ଲକ୍‌ ରଂଗଣୀ ଗ୍ରାମର ମଥୁରା ଦଳେଇଙ୍କ ଦୁଇ ଝିଅ ସୁମିତ୍ରା ଓ ସିଲା ଗାଁ ନିଟକରେ ଥିବା ପଟାପାରିଆ କେନାଲ୍‌ ନିକଟରେ ଛେଳି ଚରାଉ ଥିଲେ। ଏହିସମୟରେ ଗୋଟିଏ ଛେଳି କେନାଲ୍‌ ପାର୍ଶ୍ବକୁ ପଳାଇ ଥିଲା। ଛେଳିଟିକୁ ଘଉଡ଼ାଇବାକୁ ଯାଇଥିବା ବେଳେ କେନାଲ ପାଣିରେ ଥିବା ଏକ ବିରାଟକାୟ କୁମ୍ଭୀର ସିଲାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା। କିଛିଦୂରରେ ଥିବା ବଡ଼ଭଉଣୀ ସୁମିତ୍ରା ଚିତ୍କାର ଶୁଣି ସେଠାକୁ ଦୌଡ଼ି ଆସି କୁମ୍ଭୀରଟି ସାନଭଉଣୀକୁ ଟାଣି ନେଉଥିବା ଦେଖିଥିଲେ। ସୁମିତ୍ରା ବଡ଼ପାଟି କରି ଗାଁ ଲୋକଙ୍କୁ ଡାକ ପକାଇଥିଲେ। ଗାଁ ଲୋକେ ଖୋଜାଖୋଜି କରି ସିଲାଙ୍କ ପତ୍ତା‌ ନ ପାଇବାରୁ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀମାନେ ପହଞ୍ଚି ପଟାପାରିଆ କେନାଲ ଓ ଏହାକୁ ସଂଯୋଗ କରୁଥିବା ଭେକ୍ଟା ଓ ମହିଁଷାମଡ଼ା କ୍ରିକ୍‌ ମଧ୍ୟରେ ଖୋଜାଖୋଜି କରିବା ଜାରି ରଖିଥିଲେ ହେଁ ସିଲାଙ୍କ ପତ୍ତା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe