ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ଅନ୍ତର୍ଗତ ଅଳପୁଆ ପଞ୍ଚାୟତ ଅଳପୁଆଡ଼ିଆ ଗ୍ରାମର ମଞ୍ଜୁଲତା ଭଞ୍ଜ(୫୦)ଙ୍କୁ କୁମ୍ଭୀର ଟାଣି ନେଇଛି। ଅପରାହ୍ନ ୫ଟା ବେଳେ ଗାଁ ନିକଟରେ ବହି ଯାଇଥିବା ବ୍ରାହ୍ମଣୀ ନଦୀର ଅଳପୁଆଡ଼ିଆ ତୁଠକୁ ବାସନ ମାଜିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ସେ ବାସନ ମାଜୁଥିବା ବେଳେ ତୁଠ ନିକଟରେ ରହିଥିବା ଏକ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା। ସେଠାରେ ଉପସ୍ଥିତ ଥିବା କିଛି ଲୋକ ଏହା ଦେଖି ଚିତ୍କାର କରିଥିଲେ। ଗାଁ ଲୋକେ ଦୌଡ଼ି ଆସିବା ବେଳଳୁ କୁମ୍ଭୀର ତାଙ୍କୁ ଗଭୀର ଜଳକୁ ନେଇ ସାରିଥିଲା। ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ଅନ୍ୟପଟେ ଅଳପୁଆଡ଼ିଆ ତୁଠଠାରୁ ପ୍ରାୟ ୩ କିମି ଦୂର କାଇପଡ଼ା ତୁଠ ନିକଟରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଗାଁ ଲୋକେ ସୂଚନା ଦେଇଥିବା ବେଳେ ତାହା ମଞ୍ଜୁଲତାଙ୍କର କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ।
ମହିଳାଙ୍କୁ ଝାମ୍ପି ନେଲା କୁମ୍ଭୀର
Advertisment
Follow Us