ସମ୍ବଲପୁରରୁ ଉଠିଯିବ ସିଆର୍‌ପିଏଫ୍ ବାଟାଲିୟନ୍

ସମ୍ବଲପୁରରୁ ଉଠିଯିବ ସିଆର୍‌ପିଏଫ୍ ବାଟାଲିୟନ୍

Twitter

ସମ୍ବଲପୁର : ସମ୍ବଲପୁରରୁ ଶୀଘ୍ର ୧୨ ସିଆର୍‌ପିଏଫ୍‌ ବଟାଲିୟନ ଉଠିଯିବ ବୋଲି ଜଣାପଡ଼ିଛି। ଏହି ସିଆର୍‌ପିଏଫ୍‌ ବଟାଲିୟନ ନିମନ୍ତେ ଏବେ ନବରଂଗପୁରରେ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। କୋଠା ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି। ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ସମ୍ବଲପୁରରୁ ଏହି ବଟାଲିୟନର ମୁଖ୍ୟାଳୟ ନବରଂଗପୁର ଜିଲ୍ଲାକୁ ସ୍ଥାନାନ୍ତର ହୋଇଯିବ ବୋଲି ବିଶ୍ବସ୍ତ ସୂତ୍ରର ଜଣାପଡ଼ିଛି।

ସମ୍ବଲପୁର ଜିଲ୍ଲାରେ ମାଓବାଦୀ ଗତିବିଧି ବୃଦ୍ଧି ପାଇବା ପରେ ୨୦୦୮-୦୯ ବର୍ଷରେ ସମ୍ବଲପୁରକୁ ଏହି ସିଆର୍‌ପିଏଫ୍ ବଟାଲିୟନ ଆସିଥିଲା। ସମ୍ବଲପୁର ଜେଲ୍‌ ନିକଟରେ ଏହାର ମୁଖ୍ୟାଳୟ ରହିଥିବା ‌ବେଳେ ଜିଲ୍ଲାର ମାଓପ୍ରବଣ ଅଂଚଳରେ ଶିବିରଗୁଡ଼ିକ ରହିଥିଲା। ଇତିମଧ୍ୟରେ ସମ୍ବଲପୁର ଜିଲ୍ଲାକୁ ମାଓବାଦୀ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇଛି। ଏବେ ଆଉ ସମ୍ବଲପୁର ଜିଲ୍ଲାରେ ମାଓବାଦୀ ଗତିବିଧି ପରିଲକ୍ଷିତ ହେଉ ନାହିଁ। ତେଣୁ, ଶିବିରଗୁଡ଼ିକରୁ ଯବାନମାନଙ୍କୁ ପ୍ରତ୍ୟାହାର କରିନିଆଯାଇ ରାଜ୍ୟର ଅନ୍ୟ ମାଓପ୍ରବଣ ଅଂଚଳରେ ନିୟୋଜିତ କରାଯାଇଛି। ଏଠାରେ ଅଫିସରମାନଙ୍କ ବ୍ୟତୀତ ପାଖାପାଖି ୨୦୦ ଯବାନ ରହୁଥିବା ବେଳେ ଆଇନ ଶୃଙ୍ଖଳା ସ୍ଥିତି ଉପୁଜିଲେ ସେମାନେ ସହାୟତା ପାଇଁ ଆଗେଇ ଆସୁଛନ୍ତି। ଏଥି ସହିତ ସିଆର୍‌ପିଏଫ୍‌ ପକ୍ଷରୁ ଜନକଲ୍ୟାଣ କାର୍ଯ୍ୟ ବି କରାଯାଉଛି।

ଏପଟେ ସମ୍ବଲପୁର ମାଓବାଦୀ ମୁକ୍ତ ଜିଲ୍ଲା ଘୋଷଣା ହେବା ପରେ ଜିଲ୍ଲା ପୁଲିସ ଜରିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସୁବିଧା ପ୍ରଦାନ କରାଯାଇଥାଏ। ଗତ ୨୦୨୧ ଜୁନ୍ ମାସ ପରଠାରୁ ବିଦ୍ୟୁତ୍ ସଂଯୋଗ ବି କାଟି ଦିଆଯାଇଛି। ବିଦ୍ୟୁତ ବିଲ୍ ପଇଠ କରାନଯିବା କାରଣରୁ ବିଦ୍ୟୁତ ସଂଯୋଗ କଟାଯିବା ପରେ ‌ସୋଲାର୍ ପାୱାର୍ ଓ ଜେନେରେଟର୍‌ ଜରିଆରେ ସିଆର୍‌ପିଏଫ୍ ଏବେ ନିଜ ଆବଶ୍ୟକତା ପୂରଣ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe