ଆନନ୍ଦପୁର : ବର୍ଷାରେ ଭୁଶୁଡ଼ିଲା କଲଭର୍ଟ

Advertisment
ଆନନ୍ଦପୁର : ବର୍ଷାରେ ଭୁଶୁଡ଼ିଲା କଲଭର୍ଟ

ଆନନ୍ଦପୁର : ଘସିପୁରା ବ୍ଲକ୍‌ ରାଧିକାଦେଈପୁରରେ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ‌ହୋଇଛି। ଗତକାଲି ହୋଇଥିବା ବର୍ଷାରେ ଏକ ନିର୍ମାଣାଧୀନ କଲଭର୍ଟ ଭୁଶୁଡ଼ି ପଡ଼ିଛି।

ରାଧିକାଦେଈପୁରଠାରୁ ହରିଚନ୍ଦନପୁର ବ୍ଲକ୍‌ ଟାଙ୍ଗିରିଆପାଳ ରେଳଷ୍ଟେସନ୍ ପର୍ଯ୍ୟନ୍ତ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଉଛି। କିଛିମାସ ହେଲା ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ଅଦ୍ୟାବଧି ସୂଚନାଫଳକ ଲଗାଯାଇ ନାହିଁ। ଅଳ୍ପ କିଛି ସ୍ଥାନରେ ରାସ୍ତାକୁ ଖୋଳି ମେଟାଲିଂ କରାଯାଇଥିବାରୁ ରାସ୍ତାର ସ୍ଥାୟିତ୍ବକୁ ନେଇ ଆଶଙ୍କା ପ୍ରକାଶ ପାଇଛି। କିଛିଦିନ ତଳେ ରାଧିକାଦେଈପୁର ଗ୍ରାମ ନିକଟରେ ନିର୍ମାଣ ହୋଇଥିବା କଲଭର୍ଟ ଗତକାଲି ବର୍ଷାରେ ଭାଙ୍ଗିଯାଇଛି। ବିଭ‌ାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ନଦେଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe