ଶୀଘ୍ର ଫେରିବାର ସର୍ତ୍ତ ନେଇ ‘ଆହେ ନୀଳ‌ଶଇଳ’ର ପରଦା ନଇଁଲା

‘‘ତାକୁ ଯିଏ ଧରିଛି ‌ସେ ବୁଡ଼ିଛି।’’ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରଚିତ ଏହି ସଂଳାପ ଦର୍ଶକଙ୍କୁ ପ୍ରଶ୍ନ ଓ ଦ୍ବନ୍ଦ୍ବର ଚକ୍ରବାତରେ ‌ଗୁଡ଼େଇ ଦେଇଥିଲା। ହେଲେ ଭକ୍ତ ପାଇଁ ଦରଦୀ ଭଗବାନଙ୍କ ସେଇ ପତିତପାବନ ଅବତାର ସେ ସବୁ ପ୍ରଶ୍ନରୁ ଦର୍ଶକଙ୍କୁ ତାରି ଦେଇଥିଲା।

gjdgjdgjcnnbcnb

ଭୁବନେଶ୍ବର: ‘‘ତାକୁ ଯିଏ ଧରିଛି ‌ସେ ବୁଡ଼ିଛି।’’ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରଚିତ ଏହି ସଂଳାପ ଦର୍ଶକଙ୍କୁ ପ୍ରଶ୍ନ ଓ ଦ୍ବନ୍ଦ୍ବର ଚକ୍ରବାତରେ ‌ଗୁଡ଼େଇ ଦେଇଥିଲା। ହେଲେ ଭକ୍ତ ପାଇଁ ଦରଦୀ ଭଗବାନଙ୍କ ସେଇ ପତିତପାବନ ଅବତାର ସେ ସବୁ ପ୍ରଶ୍ନରୁ ଦର୍ଶକଙ୍କୁ ତାରି ଦେଇଥିଲା। ୪ ଦିନ ଧରି ମହାପ୍ରଭୁଙ୍କ ଏଭଳି ଲୀଳାଖେଳା ପ୍ରଦର୍ଶିତ କରୁଥିବା ମଞ୍ଚରେ ଆଜି ବିରାମ ଲାଗିଛି। ଖୁବ୍‌ଶୀଘ୍ର ଫେରିବାର ସର୍ତ୍ତ ନେଇ ଓଡ଼ିଶାର ଇଷ୍ଟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ନାଟକ ‘ଆହେ ନୀଳ‌ଶଇଳ’ର ଆଜି ପରଦା ନଇଁଛି। ଏଥିସହ ଭକ୍ତ ମନକୁ ଅଜଣା ଶୋକରେ ବୁଡ଼ାଇ ଦେଇଯାଇଛି।  

‘ଚକଲେଟ୍ ପ୍ରଡକ୍ସସନ୍ସ’ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆଜି ‘ଆହେ ନୀଳଶଇଳ’ର ୩୨ ତମ ସୋ’ ପ୍ରଦର୍ଶନୀ ଅବସରରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ ଦର୍ଶକଙ୍କୁ ସ୍ବାଗତ ଓ ପରେ କୃତଜ୍ଞତା ଜଣାଇଥିଲେ। ନାଟକର କାହାଣୀ କଥାସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’ ଦ୍ବାରା ଆଂଶିକ ଭାବେ ଅନୁପ୍ରେରିତ ହୋଇଥିବା ବେଳେ ନାଟକର ରଚନା କରିଛନ୍ତି ଶଙ୍କର ତ୍ରିପାଠୀ ଓ ଡ. ପ୍ରତିମା ହୋତା। ନିର୍ଦ୍ଦେଶନା ଦେଇଛନ୍ତି ଲାଲା ବୀରେନ୍‌ ରାୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe