ଭାଙ୍ଗିପଡ଼ିଛି କାମାଢ଼ିଆ ବିଶ୍ୱାଳ ବନ୍ଧ, ପଡ଼ିଆ ପଡ଼ିଛି ୩ ଶହ ଏକର ଚାଷଜମି

Advertisment
ଭାଙ୍ଗିପଡ଼ିଛି କାମାଢ଼ିଆ ବିଶ୍ୱାଳ ବନ୍ଧ, ପଡ଼ିଆ ପଡ଼ିଛି ୩ ଶହ ଏକର ଚାଷଜମି

ଔପଦା: ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍‌ ଗଡ଼ସାହି ପଞ୍ଚାୟତ ଅଧୀନ ଜାନିକାପାଳ ଗ୍ରାମ ନିକଟରେ ରହିଛି କାମାଢ଼ିଆ ବିଶ୍ୱାଳ ବନ୍ଧ। ଏହ‌ି ବନ୍ଧ ଦ୍ବାରା ଚାଷୀଙ୍କ ଜମିକୁ ଜଳସେଚନ କରାଯିବା ପାଇଁ ଲକ୍ଷ୍ୟ ରହିଥିଲା। ହେ‌ଲେ ଏବେ ଏହା କାମରେ ଲାଗୁନି। ୨୦୨୧ ମସିହାରୁ ୩୦ ଫୁଟ୍‌ ଲମ୍ବର ବନ୍ଧ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଫଳରେ ଗଡ଼ସାହି ସହ ଅଘିରାପଦା, ଜାନିକାପାଳ, ନୂଆପଡ଼ା, ପଣ୍ଡୁଆ, କବିଶୁଳ, ମହୁଲଗଡ଼ିଆ, ସିଙ୍ଗାଡ଼ପୁର ଆଦି ଗ୍ରାମର ୧୫୦ରୁ ଅଧିକ ଗ୍ରାମବାସୀଙ୍କ ୩ ଶହ ଏକର ଜମିରେ ପାଣି ଅଭାବରୁ ଚାଷ ନହୋଇ ପଡ଼ିଆ ପଡ଼ୁଛି।

ଏନେଇ ଚାଷୀମାନେ ବାଲେଶ୍ୱର କ୍ଷୁଦ୍ର ଜଳସେଚନ ବିଭାଗକୁ ବାରମ୍ବାର ଜଣାଇଥିଲେ ବି କିଛି ବିହିତ ପଦକ୍ଷେପ ନିଆଯାଇ ନାହିଁ। ଏପରି ସମୟରେ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଚାଷୀ ପୁରୁଷୋତ୍ତମ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ସାମଲ, ଶୁକଦେବ ବିଶ୍ୱାଳ, ରବୀନ୍ଦ୍ର ବିଶ୍ୱାଳ, ବୃନ୍ଦାବନ ବିଶ୍ୱାଳ, ନିଶାକର ବିଶ୍ୱାଳ, ଭାସ୍କର ବିଶ୍ବାଳ, ମହେନ୍ଦ୍ର ବିଶ୍ୱାଳ, ହରିହର ମହାପାତ୍ର, ପଦ୍ମନାଭ ମହାପାତ୍ର, କୃପାସିନ୍ଧୁ ବିଶ୍ୱାଳ, ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ମତାମତ ନିଆଯାଇଥିଲା। ସେ ବନ୍ଧ ମରାମତି କାମ ନେଇ ଏବେ କୌଣସି ପ୍ରସ୍ତାବ ନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe