ଟଙ୍କା ଓ ସୁନାଗହଣା ନେଇ ବୋହୂ ଫେରାର୍‌

Advertisment
ଛାତ ଉପରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ଯୌତୁକଜନିତ ହତ୍ୟା ଅଭିଯୋଗ

Helpmecovid

ଭୋଗରାଇ: ଭୋଗରାଇ ଥାନା କାନ୍ଥିଭଉଁରୀ ପଞ୍ଚାୟତର ଏକ ଗାଁର ଜଣେ ମହିଳା ନଗଦ ଟଙ୍କା ସହିତ ସୁନାଅଳଙ୍କାର ନେଇ ଶାଶୂଘରୁ ଫେରାର ହୋଇଯାଇଥିବା ତାଙ୍କ ସ୍ବାମୀ ଭୋଗରାଇ ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ମହିଳା ଜଣକ ସାଢ଼େ ୩ ବର୍ଷର ଶିଶୁପୁତ୍ରକୁ ଛାଡ଼ି ତାଙ୍କର ଜଣେ ସମ୍ପର୍କୀୟ ପୁତୁରାକୁ ବିବାହ କରିଥିବା ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ଗତ ୭ ତାରିଖରେ ମହିଳା ଜଣକ ମୋବାଇଲ ଫୋନରେ କାହା ସହିତ କଥା ହେବାକୁ ନେଇ ସ୍ବାମୀଙ୍କ ସହିତ ଝଗଡ଼ା ହୋଇଥିଲା। ତା ପରଦିନ ମହିଳା ଜଣକ ନଗଦ ୨୦ ହଜାର ଟଙ୍କା ସହିତ ୨ଟି ସୁନାମୁଦି, ୨ଟି ସୁନା ମଙ୍ଗଳସୂତ୍ର, ୨ପଟ ସୁନାବଳା, ସୁନା କାନଫୁଲ, ବ୍ୟାଙ୍କ ପାସବୁକ୍ ଇତ୍ୟାଦି ଘର ଆଲମିରାରୁ ନେଇ କୁଆଡ଼େ ଚାଲି ଯାଇଥିବା ସ୍ବାମୀ ଭୋଗରାଇ ଥାନାରେ ଅଭିଯୋଗ କରିଥିଲେ। ପରେ ସ୍ଥାନୀୟ ପୁଲିସ୍ ସହ ମହିଳାଙ୍କ ବାପା ଓ ଶାଶୂଘର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।

ତେବେ ମହିଳା ଜଣକ ତାଙ୍କ ସମ୍ପର୍କୀୟ ପୁତୁରା ସହିତ ଫେରାର ହୋଇ ବିବାହ କରିଥିବା ଫଟୋ ଏବେ ସୋସିଆଲ୍ ମିଡିଆରେ ଘୂରିବୁଲିବା ପରେ ଘଟଣାଟି ପରକୀୟା ପ୍ରୀତି ହୋଇ ଥାଇପାରେ ବୋଲି ଚାରିଆଡେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe