deccan herald
ଜହ୍ନାପଙ୍କ : ବୌଦ୍ଧ ବ୍ଲକ୍ ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ ଧୁଡ଼ୁରୁବାହାଲ ଗ୍ରାମର ନବୀନ ପ୍ରଧାନ (୮୦ )ଙ୍କ ଗତ ୬ ତାରିଖରେ ମୃତ୍ୟୁ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତେବେ ସ୍ୱାମୀଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଆଜି ତାଙ୍କର ସହଧର୍ମିଣୀ ସପୁର ପ୍ରଧାନ (୭୦ ବର୍ଷ)ଙ୍କ ମଧ୍ୟ ମୃତ୍ୟୁ ହୋଇଛି। ମୃତ୍ୟୁ ଖବର ଶୁଣି ଆତ୍ମୀୟସ୍ୱଜନ ତାଙ୍କ ଶେଷ ଦର୍ଶନ କରିବା ସହିତ ଉଭୟଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ତେବେ ଦୁଇ ଦିନ ମଧ୍ୟରେ ସ୍ୱାମୀ ଓ ସ୍ତ୍ରୀ ମରିବା ଘଟଣା ଏ ଅଞ୍ଚଳରେ ପ୍ରଥମ ହୋଇଥିବାରୁ ଏହା ଚର୍ଚ୍ଚାର ବିଷୟ ହୋଇଛି। ମଙ୍ଗଳବାର ସ୍ଥାନୀୟ ଶ୍ମଶାନରେ ସପୁରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁଅ ତଥା ପୂର୍ବତନ ସମିତି ସଭ୍ୟ ପ୍ରେମଚାନ୍ଦ ପ୍ରଧାନ ମୁଖାଗ୍ନି ଦେଇଥିଲେ। ମୃତ୍ୟୁବେଳେ ତାଙ୍କ ଝିଅ, ଜ୍ବାଇଁ , ପୁଅ, ବୋହୂ ଓ ନାତିନାତୁଣୀ ଉପସ୍ଥିତ ଥିଲେ।
Follow Us