ପୋଖରୀରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

Advertisment
ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ସାଇକେଲ୍‌ରେ ପୋଡ଼ିବାକୁ ନେଲେ ବାପା

bbc

ଖଡ଼ିଆଳ: ଖଡ଼ିଆଳ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ୧ର ମୁକ୍ତାପୁର ଗ୍ରାମର ପୋଖରୀରୁ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ ପୁଲିସ୍ ଉଦ୍ଧାର କରିଛି। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ପ୍ରକାଶ ଯେ, ଖଡ଼ିଆଳ ଶାନ୍ତିନଗର ବାସିନ୍ଦା ସନ୍ତୋଷ ବାଗ (୪୭ବର୍ଷ) ଗତ ଗୁରୁବାର ସନ୍ଧ୍ୟାରୁ ନିଖୋଜ ଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ।

ଶୁକ୍ରବାର ସକାଳେ ମୁକ୍ତାପୁର ପୋଖରୀରେ ଏକ ମୃତଦେହ ଭାସୁଥିବା ଖବର ପାଇ ଖଡ଼ିଆଳ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କରିଥିଲା। ତାହା ସନ୍ତୋଷଙ୍କ ମୃତଦେହ ବୋଲି ପରିବାର ଲୋକ ଚିହ୍ନଟ କରିଥିଲେ। ଏନେଇ ପୁଲିସ୍ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଏଥିସହ ତଦନ୍ତ ଜାରି ରହିଥିବା ଖଡ଼ିଆଳ ଏସ୍‌ଡିପିଓ ସନ୍ତକ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe