ପୋଲ ତଳୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ବ୍ୟାସନଗର: ବ୍ୟାସନଗର ପୌରାଞ୍ଚଳ ନହକା ଗୋଲେଇ ବାଇପାସ ରୟାଲ୍ କଳିଙ୍ଗ ହୋଟେଲ ନିକଟ ଡ୍ରେନ ପୋଲ ତଳୁ ଜଣେ ବୃଦ୍ଧଙ୍କ ଗଳିତ ମୃତଦେହକୁ ଆଜି ଯାଜପୁର ରୋଡ୍‌ ପୁଲିସ ଜବତ କରିଛି। ଆଜି ପୂର୍ବାହ୍ନ ପ୍ରାୟ ୧୦ ଟାରେ ସେହି ରାସ୍ତା ଦେଇ ଯାଉଥିବା କିଛି ସ୍ଥାନୀୟ ଲୋକ ଶବ ଦେଖି ଯାଜପୁର ରୋଡ୍‌ ଥାନାକୁ ଜଣାଇଥିଲେ। ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା।

ମୃତବ୍ୟକ୍ତି କହ୍ନେଇ ରଣା (୭୬) ଏବଂ ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ଭୁବନରେ ବୋଲି ଜଣାପଡ଼ିଛି। ସେ କୁଆଖିଆ ଥାନା କଣ୍ଟିଆକଣା ଗାଁରେ ଝିଅଘରେ ୩ ବର୍ଷ ହେଲା ରହୁଥିଲେ। ଦୁଇ/ତିନି ଦିନ ତଳେ ଘରୁ ବାହାରିଆସି ଆଉ ଫେରିନଥିଲେ। ଝିଅଘର ଖୋଜାଖୋଜି କରିଥିଲେ ବି ପାଇନଥିଲେ। ଆଜି ଖବର ପାଇ ଝିଅଜ୍ବାଇଁ ପହଞ୍ଚିବା ସହ ଶବ ଚିହ୍ନଟ କରିଥିଲେ। ଘଟଣାର ତଦନ୍ତ ଚାଲିଛି ବୋଲି ଯାଜପୁର ରୋଡ୍‌ ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe