stock.adobe.com
ସମ୍ବଲପୁର : ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନ୍ରୁ ଜଣେ ଅଜଣା ବ୍ୟକ୍ତି(୪୦)ଙ୍କ ମୃତଦେହ ଉଦ୍ଧାର ହୋଇଛି। ଅଜଣା ବ୍ୟକ୍ତି ଜଣକ ୧ ନଂ ପ୍ଲାଟ୍ଫର୍ମରେ ପଡ଼ି ରହିଥିବା ନେଇ ସମ୍ବଲପୁର ଜିଆର୍ପି ପୁଲିସ ଗୁରୁବାର ଦିନ ୧୧ଟା ପାଖାପାଖି ସୂଚନା ପାଇଥିଲା। ଡାକ୍ତର ବ୍ୟକ୍ତିଙ୍କୁ ମୃତ ଘୋଷଣା କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି। ଅନ୍ୟପଟେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ବୁର୍ଲା ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2022/06/dead-final.jpg)