ନିଖୋଜ ଶିକ୍ଷକଙ୍କ ଶବ ଉଦ୍ଧାର

ସର୍ପାଘାତରେ ନାବାଳିକା ମୃତ

ବୀରମହାରାଜପୁର: ରବିବାର ସକାଳୁ ନ‌ିଖୋଜ ଥିବା ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ କଳାପଥର ପଞ୍ଚାୟତ ଜମ୍ଭାଲିପାଲି ଗ୍ରାମର ଶିକ୍ଷକ ଅଶେଷ ଶତପଥୀଙ୍କ ଶବ ସୋମବାର ସନ୍ଧ୍ୟାରେ ଗ୍ରାମ୍ୟ ଜଙ୍ଗଲ ନିକଟ ଆଟରୁ ଉଦ୍ଧାର କରାଯାଇଛି। ମଙ୍ଗଳବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।

ପ୍ରକାଶ ଯେ, ଶିକ୍ଷକ ଅଶେଷ ଶତପଥୀ ରବିବାର ଦିନ ୯ଟାରୁ ଘରୁ ବାହାରି ଆଉ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ନପାଇବାରୁ ଶେଷରେ ବୀରମହାରାଜପୁର ଥାନାରେ ଅଭିଯୋଗ କରିଥିଲେ। ସୋମବାର ସନ୍ଧ୍ୟାରେ ଗ୍ରାମ୍ୟଜଙ୍ଗଲ ପାଖ ଦୁବୁଲି ଆଟରେ ସେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ତାଙ୍କୁ ବୀରମହାରାଜପୁର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୀରମହାରାଜପୁର ପୁଲିସ ଶବ ଜବତ କରି ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe