ମୃତ ହାତୀକୁ ପୋଡ଼ିଦେଲା ବନ ବିଭାଗ

ମୃତ ହାତୀକୁ ପୋଡ଼ିଦେଲା ବନ ବିଭାଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଦେଓବନ୍ଧ ସେକ୍ସନର ବାରବାଙ୍କ ଜଙ୍ଗଲରେ ଏକ ଅଣ୍ଡିରା ହାତୀଛୁଆର ମୃତ୍ୟୁ ହୋଇଥିଲା। ରବିବାର ଅପରାହ୍ନରେ ବନ ବିଭାଗ ହାତୀର ମୃତଦେହ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଥିଲା। ହାତୀ ମୃତ୍ୟୁର କାରଣ ଜାଣିବା ପାଇଁ ଓୟୁଏଟିର ଏବଂ ସିମିଳିପାଳ ୱାଇଲ୍ଡ ଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆର ଏକ ଟିମ ପହଞ୍ଚିଥିଲା।

ବନ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ହାତୀର ମୃତଦେହକୁ ବ୍ୟବଚ୍ଛେଦ କରାଯାଇଥିଲା। ହାତୀଛୁଆର ମୃତ୍ୟୁ ଭୂତାଣୁ ସଂକ୍ରମଣ ଜନିତ ହୋଇଥିବା ଦର୍ଶାଇ ମୃତଦେହକୁ ପୋଡ଼ି ଦିଆଯାଇଥିଲା। ଏହା ପୂର୍ବରୁ ଅନେକ ହାତୀଙ୍କ ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁ ହୋଇଥିଲେ ମଧ୍ୟ ମୃତଦେହକୁ ପୋଡ଼ା ନଯାଇ ପୋତା ଯାଉଥିଲା।

ବର୍ତ୍ତମାନ ହାତୀର ମୃତଦେହ ପୋଡ଼ିବାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି ବୋଲି ପରିବେଶବିତ୍‌ ଡ. ବିମ୍ବାଧର ବେହେରା କହିଛନ୍ତି। ବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲାରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ ଯେତିକି ପଦକ୍ଷେପ ନେବା କଥା ନେଉ ନାହିଁ। ଫଳରେ ହାତୀ ମୃତ୍ୟୁ କେନ୍ଦୁଝର ଜିଲ୍ଲାରେ ବଢ଼ି ଚାଲିଛି। ହାତୀଙ୍କ ଗତିବିଧି ଉପରେ ବନ ବିଭାଗ କଡ଼ା ନଜର ରଖୁଥିବା କୁହାଯାଉଛି। ଗୋଟିଏ ହାତୀ ଭୂତାଣୁ ଜନିତ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଥିବା ବେଳେ ବନ ବିଭାଗ କର୍ମଚାରୀ କିପରି ଜାଣିପାରୁ ନାହାନ୍ତି ବୋଲି ଡ. ବେହେରା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe