ଯୋବ୍ରା ଆନିକଟ ନିକଟରୁ ଉଦ୍ଧାର ହେଲା ମୃତ ଦନ୍ତା ହାତୀ

ଯୋବ୍ରା ଆନିକଟ ନିକଟରୁ ଉଦ୍ଧାର ହେଲା ମୃତ ଦନ୍ତା ହାତୀ

କଟକ: ଯୋବ୍ରା ଆନିକଟ ନିକଟରୁ ଉଦ୍ଧାର ହେଲା ମୃତ ଦନ୍ତା ହାତୀ। ଘଟଣାସ୍ଥଳରେ କଟକ ସିଟି ଡିଭିଜନ ବନଖଣ୍ଡର କର୍ମଚାରୀମାନେ ଉପସ୍ଥିତ ରହିଛନ୍ତି। ହାତୀ ପାଣିରେ ବୁଡ଼ି ରହିଥିବା ବେଳେ କେବଳ ହାତୀ ଗୋଡ଼ ଦେଖାଯାଉଛି। ତେବେ ବର୍ଷା ଯୋଗୁଁ ହାତୀର ଉଦ୍ଧାର କାର୍ଯ୍ୟ ହୋଇପାରୁନି ବୋଲି ସୂଚନା ଦେଇଛନ୍ତି କଟକ ବନଖଣ୍ଡ ରେଞ୍ଜର।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ମୁଣ୍ଡଳୀ ବ୍ୟାରେଜ ଠାରେ ଦନ୍ତା ହାତୀ ନଦୀ ପାର ହୋଇଥିବାବେଳେ ନଦୀର ପ୍ରଖର ସ୍ରୋତରେ ହାତୀଟି ନଦୀ ପାର ହୋଇ ନ ପାରି ବ୍ୟାରେଜ ପାଖରେ ଫସି ରହିଥିଲା। ଉଦ୍ଧାର ପାଇଁ ବନ ବିଭାଗ ଓ ଓଡ୍ରାଫ ଟିମ ନିୟୋଜିତ ଥିବାବେଳେ ୫ ଜଣିଆ ଓଡ୍ରାଫ ଦଳ ସମେତ ଦୁଇ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଉଦ୍ଧାର ପାଇଁ ଯାଇଥିଲେ। ନଦୀ ସ୍ରୋତରେ ହଠାତ ଓଡ୍ରାଫ ଟିମର ରବର ବୋଟଟି ପାଣିରେ ଓଲଟି ଯିବା ଫଳରେ ଜଣେ ଗଣମାଧ୍ୟମ ପ୍ରତିନିଧି ଓ ଓଡ୍ରାଫ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ତେବେ ହାତୀଟିର ଉଦ୍ଧାର କାର୍ଯ୍ୟ ବିଫଳ ହୋଇଥିବାବେଳେ ଆଜି ଯୋବ୍ରା ଆନିକୋଟ ଠାରେ ହାତୀର ମୃତଦେହ ଠାବ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe