ଡ୍ରେନ୍‌ ସଫେଇ ସମୟରେ ପାଚେରି ଭୁଶୁଡ଼ିଲା: ସଫେଇ କର୍ମଚାରୀଙ୍କ ମୃତ୍ୟୁ

Advertisment

କର୍ମଚାରୀଙ୍କ ସୁରକ୍ଷା ପ୍ରତି ଆଖିବୁଜି ଦେଇଛନ୍ତି କର୍ତ୍ତୃପକ୍ଷ, ହେଲମେଟ୍ କି ଗ୍ଲୋବ୍‌ସ ବି ମିଳୁନି

କର୍ମଚାରୀଙ୍କ ସୁରକ୍ଷା ପ୍ରତି ଆଖିବୁଜି ଦେଇଛନ୍ତି କର୍ତ୍ତୃପକ୍ଷ, ହେଲମେଟ୍ କି ଗ୍ଲୋବ୍‌ସ ବି ମିଳୁନି

ଡ୍ରେନ୍‌ ସଫେଇ ସମୟରେ ପାଚେରି ଭୁଶୁଡ଼ିଲା: ସଫେଇ କର୍ମଚାରୀଙ୍କ ମୃତ୍ୟୁ

କଟକ : କଟକ ପୌର ନିଗମ ୯ ନମ୍ବର ୱାର୍ଡ ଦେଉଳସାହିସ୍ଥିତ ରେଭିନ୍ୟୁ କଲୋନିରେ ପାଚେରି ଭୁଶୁଡ଼ି ପଡ଼ିବାଫଳରେ ସେଠାରେ କାର୍ଯ୍ୟରତ ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। କଲୋନି ପରିସରରେ ଥିବା ଡ୍ରେନ୍‌ରୁ ପ‌ଙ୍କୋଦ୍ଧାର ସମୟରେ ନିଗମର ସଫେଇ କର୍ମଚାରୀ ବି. ଗୁରୁମୂର୍ତ୍ତି(୪୮) ଏଭଳି ଅଘଟଣର ଶିକାର ହୋଇଛନ୍ତି। ସହରର ବିଭିନ୍ନ ଡ୍ରେନ୍‌ରେ ପଶି ସଫେଇ କାମ କରୁଥିବା ସଫେଇ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ହେ‌ଲ୍‌ମେଟ୍‌ ଓ ଗ୍ଲୋବସ୍‌ ଆଦି ଦେବାର ନିୟମ ଥିବାବେଳେ ଏହା ଆଦୌ ପାଳନ କରାଯାଉ ନଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଦେଉଳସାହିସ୍ଥିତ ରେଭିନ୍ୟୁ କଲୋନି ପରିସରରେ ଥିବା ୬ ଫୁଟ ଉଚ୍ଚର ଏକ ଦୁର୍ବଳ ପାଚେରି ନିକଟରେ ସକାଳ ୯ଟାରେ ପଙ୍କ ସଫେଇ କାମ ଚାଲିଥିଲା। ତିନିକୋଣିଆ ବଗିଚାର ବାସିନ୍ଦା ବି. ଗୁରୁମୂର୍ତ୍ତି ସଫେଇ କାମରେ ନିୟୋଜିତ ଥିଲେ। ମାତ୍ର ବର୍ଷାରେ ପାଚେରିଟି ଅଧିକ ଦୁର୍ବଳ ହୋଇ ଯାଇଥିବାରୁ ଏହା ଗୁରୁମୂର୍ତ୍ତିଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ବିଡ଼ାନାସୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏସ୍‌ସିବିକୁ ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ ଗୁରୁମୂର୍ତ୍ତିଙ୍କ ପରିବାରକୁ ଅପରାହ୍ନ ୨ଟାରେ ମୃତଦେହ ହସ୍ତାନ୍ତର କରାଯାଇଛି। ପଙ୍କୋଦ୍ଧାର ସମୟରେ ସଫେଇ କର୍ମଚାରୀଙ୍କୁ ହାତ ଓ ପାଦରେ ପିନ୍ଧିବା ପାଇଁ ଗ୍ଲୋବସ୍‌ ସହ ହେଲ୍‌ମେଟ୍‌ ପ୍ରଦାନ କରାଯାଉ ନାହିଁ। ଏପରିକି ସଫେଇ କାମ ସମୟରେ ନିଗମର ଅଧିକାରୀ, କର୍ମଚାରୀ ଓ ଠିକାଦାର ଅନୁଧ୍ୟାନ ପାଇଁ ରହୁନାହାନ୍ତି। ଯେଉଁ ୱାର୍ଡରେ ସଫେଇ କାମ ଚାଲୁଥିବ ସେହି ୱାର୍ଡର ସାନିଟାରି ଇନ୍ସପେକ୍ଟର(ଏସ୍‌ଆଇ) ସେଠାରେ ଉପସ୍ଥିତ ରହିବାର ନିୟମ ରହିଛି। ମାତ୍ର ଏସବୁକୁ କେହି ପାଳନ କରୁନାହାନ୍ତି।

ଏ ସଂପର୍କରେ କମିସନର ନିଖିଳ ପୱନ କଲ୍ୟାଣ କହିଛନ୍ତି ଯେ ଆଜିର ଘଟଣା ଅତ୍ୟନ୍ତ ଦୁଃଖଦାୟକ। ମୃତ କର୍ମଚାରୀଙ୍କ ପରିବାରକୁ ନିୟମ ଅନୁସାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ଆଗାମୀଦିନରେ ସଫେଇ କର୍ମଚାରୀଙ୍କ ସୁରକ୍ଷା ପ୍ରତି ପୌର ନିଗମ ପକ୍ଷରୁ ଧ୍ୟାନ ଦିଆଯିବ ବୋଲି ଶ୍ରୀ କଲ୍ୟାଣ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe