ଜଙ୍ଗଲରୁ ପଳାଇ ଆସିଥିବା ହରିଣର ମୃତ୍ୟୁ

Advertisment
ହରିଣ ଉପରେ ଗାଡ଼ି ଚଢ଼ିଗଲା

NDTV.com

ଯଶିପୁର: ଯଶିପୁର ବ୍ଲକ ପଶ୍ଚିମ ସୀମାନ୍ତରେ ଥିବା ବୁଢୀପାଟ ଜଙ୍ଗଲରୁ ପଳାଇ ଆସିଥିବା ଏକ  ହରିଣ ଯଶିପୁର ବଜାରଠାରୁ ୨ କିମି ଦୂର ମହାର୍ଦ୍ଦାପଳସା ହାଇସ୍କୁଲ ନିକଟରେ ପ୍ରାଣ ହରାଇଛି। ଶନିବାର ପୂର୍ବାହ୍ନ ୧୦ଟା ବେଳେ ହରିଣଟି ଜଙ୍ଗଲରୁ ଖସି ଆସି ନିକଟବର୍ତ୍ତୀ ଖମଣଗୁଡ଼ା ଗାଁ ନିକଟରେ ପହଞ୍ଚିଥିଲା। ଲୋକଙ୍କୁ ଦେଖି ଭୟଭୀତ ଅବସ୍ଥାରେ ଦୌଡ଼ିବାକୁ ଆରମ୍ଭ କରି ମହାର୍ଦ୍ଦାପଳସା ଗାଁ’ ଭିତରକୁ ପଶି ଆସିଥିଲା। ‌ତେବେ ସେଠାରେ ସ୍କୁଲ ପାଚେରି ଡେଇଁବା ପରେ ଆଉ ଯାଇନପାରି ସେହିଠାରେ ପଡ଼ି ତାର ମୃତ୍ୟୁ ହୋଇଥିଲା।

publive-image

ଖବର ପାଇ ଦୁଧିଆଣି ରେଞ୍ଜ ଭଣ୍ଡା ସେକ୍ସନ ଫରେଷ୍ଟର ପ୍ରଦୀପ କିଶୋର ହାଇବ୍ରୁ, ଯଶିପୁର ଫରେଷ୍ଟର ବିଦ୍ୟାଧର ମହାନ୍ତ ଓ ଅନ୍ୟ କର୍ମଚାରୀ ପହଞ୍ଚି ହରିଣର ମୃତଦେହ ଉଦ୍ଧାର କରି ଧୋବାଡ଼ିହା ନେଇଥିଲେ। ବ୍ୟବଚ୍ଛେଦ ପରେ ହରିଣଟିକୁ ପୋତି ଦିଆଯାଇଛି। ମୃତ ହରିଣର ବୟସ ୮ ବର୍ଷ ହେବ ବୋଲି ବନ ବିଭାଗ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe