ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ୮ ଘଣ୍ଟା ପଡ଼ିରହିଲା ଶବ

Advertisment
ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ୮ ଘଣ୍ଟା ପଡ଼ିରହିଲା ଶବ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ମଣ୍ଡଳ କାରାଗାରର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତ କଏଦୀ ଜଣକ ହେଉଛନ୍ତି; ବାଦାମପାହାଡ଼ ଥାନା ଅନ୍ତର୍ଗତ ବଡ଼ପୋଖରିଆ ଗାଁ’ର ରାମଚନ୍ଦ୍ର ହେମ୍ବ୍ରମଙ୍କ ପୁଅ ବାଜ ହେମ୍ବ୍ରମ (୩୪)। ବାଜ ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଗତ ୧ ତାରିଖରୁ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ରହି ଆସୁଥିଲା। ଗତକାଲି ରାତିରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ବାରିପଦା ପିଆର୍‌ଏମ୍ ମେଡିକାଲ୍‌ କଲେଜ ଆଣ୍ଡ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ବାଜଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ କିଛି ଜଣାପଡ଼ିନାହିଁ।

ବାରିପଦା ଟାଉନ୍‌ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ତେବେ ଶବ ଗାଁ’କୁ ନେବା ନେଇ ସମସ୍ୟା ଦେଖାଦେଇଥିଲା। ଜେଲ୍‌ କର୍ତ୍ତୃପକ୍ଷ ଏ ନେଇ ରାଜି ହୋଇନଥିଲେ। ଶୁଦ୍ଧିକ୍ରିୟା ପାଇଁ ୩ ହଜାର ଟଙ୍କା ପ୍ରଦାନ କରି ଆଉ ଧରାଛୁଆଁ ଦେଇନଥିଲେ। ପୁଲିସ ମଧ୍ୟ କିଛି ବ୍ୟବସ୍ଥା କରି ନଥିଲା। ଫଳରେ ଦିନ ୧୨ଟାରୁ ଡାକ୍ତରଖାନାରେ ଶବ ପଡ଼ିରହିଥିଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ପ୍ରାୟ ୮ଟା ବେଳେ ପ୍ରଶାସନ ପକ୍ଷରୁ ଗାଁ’ରେ ଶବ ପହଞ୍ଚାଇବା ପାଇଁ ଏକ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe