ବିଶିଷ୍ଟ ଉଦ୍ୟୋଗୀ ବଂଶୀଧର ପ୍ରଧାନଙ୍କ ପରଲୋକ

Advertisment

ରାଜ୍ୟର ଜଣାଶୁଣା ବ୍ୟବସାୟୀ ତଥା ରାଇସ୍‌ ମିଲ୍‌ ଆସୋସିଏସନ୍‌ ଓ ବସ୍‌ ଆସୋସିଏସନର ଅଗ୍ରଣୀ ନେତା ବଂଶୀଧର ପ୍ରଧାନ (୭୭)ଙ୍କର ଗୁରୁବାର ବୁର୍ଲାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି।

ରାଜ୍ୟର ଜଣାଶୁଣା ବ୍ୟବସାୟୀ ତଥା ରାଇସ୍‌ ମିଲ୍‌ ଆସୋସିଏସନ୍‌ ଓ ବସ୍‌ ଆସୋସିଏସନର ଅଗ୍ରଣୀ ନେତା ବଂଶୀଧର ପ୍ରଧାନ (୭୭)ଙ୍କର ଗୁରୁବାର ବୁର୍ଲାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି।

gjdgjgjjyjy

ସମ୍ବଲପୁର: ରାଜ୍ୟର ଜଣାଶୁଣା ବ୍ୟବସାୟୀ ତଥା ରାଇସ୍‌ ମିଲ୍‌ ଆସୋସିଏସନ୍‌ ଓ ବସ୍‌ ଆସୋସିଏସନର ଅଗ୍ରଣୀ ନେତା ବଂଶୀଧର ପ୍ରଧାନ (୭୭)ଙ୍କର ଗୁରୁବାର ବୁର୍ଲାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ସେ ତାଙ୍କ ସ୍ତ୍ରୀ ଓ ଏକମାତ୍ର ପୁଅ ସୁକୁମାର୍ଯ୍ୟଙ୍କୁ ଛାଡ଼ି ଯାଇଛନ୍ତି। ସମ୍ବଲପୁର ରାଜଘାଟରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। 

ସମ୍ବଲପୁର ଜିଲ୍ଲା କଣ୍ଟାପାଲିର ଏକ ସ୍ବଚ୍ଛଳ ଚାଷୀ ପରିବାରରେ ଶ୍ରୀ ପ୍ରଧାନଙ୍କର ଜନ୍ମ ହୋଇଥିଲା। ହୀରାକୁଦ ବିସ୍ଥାପିତ ତାଙ୍କ ପରିବାର କଣ୍ଟାପାଲିରୁ ସମ୍ବଲପୁର ସହରକୁ ଆସିଥିଲେ। ସେମାନେ ୫ ଭାଇ ଏବଂ ୩ ଭଉଣୀ ଥିଲେ। ଛାତ୍ର ଜୀବନରୁ ହିଁ ସେ କ୍ରୀଡ଼ା ଓ କଳା କ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ରାଜ୍ୟସ୍ତରୀୟ କବାଡ଼ି ଦଳର ପ୍ରତିନିଧିତ୍ବ କରିବା ସହିତ ବଡି ବିଲଡର୍‌ ମଧ୍ୟ ଥିଲେ। ଗଙ୍ଗାଧର ମେହେର କଲେଜରେ ସ୍ନାତକ ପରେ ଉତ୍କଳ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ସମ୍ପୂର୍ଣ୍ଣ କରିଥିଲେ। ୧୯୬୫-୬୬ ମସିହାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଦାବି ନେଇ ହୋଇଥିବା ଛାତ୍ର ଆନ୍ଦୋଳନରେ ସକ୍ରିୟ ରହିଥିଲେ। ଏହା ପରେ ସେ ନିଜକୁ ବଡ଼ ବସ୍‌ ବ୍ୟବସାୟୀ ଭାବରେ ପ୍ରତିଷ୍ଠିତ କରିଥିଲେ। ୭୦ ଦଶକରେ ସମ୍ବଲପୁରରୁ କଟକ ଏବଂ ଭୁବନେଶ୍ବରକୁ ବସ ଚଳାଚଳ ହେଉନଥିଲା।

ସ୍ବର୍ଗତ ପ୍ରଧାନ ପ୍ରଥମ ଥର ପାଇଁ ସମ୍ବଲପୁରରୁ କଟକ, ଭୁବନେଶ୍ବରକୁ ବସ୍‌ ଚଳାଚଳ ଆରମ୍ଭ କରିଥିଲେ। ତାଙ୍କ ମାଲିକାନା ସ୍ବତ୍ବରେ ଥିବା ‘ପ୍ରଧାନ ବସ’ ଯାତାୟାତ କ୍ଷେତ୍ରରେ ବେଶ ଚର୍ଚ୍ଚିତ ଥିଲା। ପ୍ରଥମ ଥର ପାଇଁ ତାଙ୍କ ନେତୃତ୍ବରେ ପଶ୍ଚିମ ଓଡ଼ିଶାରେ ଘରୋଇ ବସ ମାଲିକ ସଂଘ ଗଠନ ହୋଇଥିଲା। ଏହାସହିତ ରାଜ୍ୟସ୍ତରୀୟ ରାଇସ୍‌ ମିଲର ସଂଘରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଥିଲେ। ବଲାଙ୍ଗୀରରେ ତାଙ୍କର ରେଗଜିନ୍‌ ଫ୍ୟାକ୍ଟ୍ରି ଥିଲା, ଯାହା ସେତେବେଳେ ଏସିଆର ସର୍ବବୃହତ ବୋଲି କୁହାଯାଉଥିଲା। କିନ୍ତୁ ପରେ ଏହା ବନ୍ଦ ହୋଇ ଯାଇଥିଲା। ସମ୍ବଲପୁରରେ ସେ ଘରୋଇ ଭାବରେ ବୀର ସୁରେନ୍ଦ୍ର ସାଏ କଲେଜ ଏବଂ ସ୍କୁଲ ପ୍ରତିଷ୍ଠା କରିଥିଲେ। 

ଅଭିନୟରେ ଆଗ୍ରହ ରଖୁଥିବା ସ୍ବର୍ଗତ ପ୍ରଧାନ ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ପ୍ରସ୍ତୁତ ବୃତ୍ତଚିତ୍ରରେ ବୀର ସୁରେନ୍ଦ୍ର ସାଏ ଭୂମିକାରେ ଅଭିନୟ କରିଥିଲେ। ଏହା ପୂର୍ବରୁ ସେ ‘ଅଶାନ୍ତ ଗ୍ରହ’ ସମେତ ଅନ୍ୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ତାଙ୍କ ମୃତ୍ୟୁର ଖବର ପାଇ ବିଭିନ୍ନ ବର୍ଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ତାଙ୍କର ଅନ୍ୟ ଭାଇ ହେଲେ କୁଞ୍ଜବିହାରୀ ପ୍ରଧାନ, ଗଙ୍ଗାଧର ପ୍ରଧାନ, ରଘୁମଣି ପ୍ରଧାନ ଏବଂ ଅକ୍ଷୟ ପ୍ରଧାନ। ବିଶିଷ୍ଟ ଚାଷୀ ନେତା ଅଶୋକ ପ୍ରଧାନ ତାଙ୍କର ପୁତୁରା ଏବଂ ବ୍ୟବସାୟୀ ନୀଳ ପ୍ରଧାନ ସମ୍ପର୍କୀୟ ଭାଇ ଅଟନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe