ଋଷ୍‌ ଇଂଜିନିୟରଙ୍କ ମୃତ୍ୟୁ ଘଟଣା: ବ୍ୟବଚ୍ଛେଦ ରିପୋର୍ଟରେ ହୃଦ୍‌ଘାତ

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଜଗତସିଂହପୁର : ଗତ ୩ ତାରିଖରେ ପାରାଦୀପ୍ ଆଙ୍କରେଜ୍‌ ପଏଣ୍ଟ୍‌ରେ ଜାହାଜ ଅଲଦାନେ ଭିତରେ ପ୍ରାଣ ହରାଇଥିବା ଋଷ ନାଗରିକ ତଥା ଜାହାଜର ଚିଫ୍‌ ଇଞ୍ଜିନିୟର ମିଲ୍ ୟାକୁବ ସର୍ଜଇଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଏହା ପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଇଂ. ସର୍ଜଇଙ୍କ ମରଶରୀରକୁ କୋଲକାତା ପଠାଯାଇଛି।

ଆନୁସଙ୍ଗିକ କାଗଜପତ୍ର ପ୍ରସ୍ତୁତ କରାଯାଇ ୫ ଦିନ ପରେ ପ୍ରଶାସନ ପକ୍ଷରୁ ଏହି ମୃତଦେହକୁ ଜାହାଜର ଏଜେଣ୍ଟ୍‌ ଡ୍ୟାନି ମାଇକେଲ ପିଣ୍ଟୋ କମ୍ପାନିକୁ ହସ୍ତାନ୍ତର କରାଯାଇଛି। କୋଲକାତାରୁ ମୁମ୍ବାଇ ଓ ମୁମ୍ବାଇରୁ ବିମାନ ଯୋଗେ ଏହି ମୃତଦେହକୁ ମସ୍କୋ ପଠାଯାଇ ସେଠାରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ। ଅଧିକ ଅନୁସନ୍ଧାନ ଚାଲିଛି ଓ ଭିସେରା ପରୀକ୍ଷା ପାଇଁ ପଠାଯାଇଛି ବୋଲି ଜଗତସିଂହପୁର ଏସ୍‌ପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe