ଜୋରଧରିଲା ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି, ରାଜରାସ୍ତାକୁ ଓହ୍ଲାଇବ ରାଉର‌କେଲା ଓକିଲ ସଂଘ

Advertisment

ହାଇକୋର୍ଟର ବାରଆସୋସିଏସନ୍‌ର ବିରୋଧକୁ ନିନ୍ଦା

ହାଇକୋର୍ଟର ବାରଆସୋସିଏସନ୍‌ର ବିରୋଧକୁ ନିନ୍ଦା

ଜୋରଧରିଲା ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି, ରାଜରାସ୍ତାକୁ ଓହ୍ଲାଇବ ରାଉର‌କେଲା ଓକିଲ ସଂଘ

ରାଉରକେଲା: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ରାଉରକେଲା ସବୁ ଦୃଷ୍ଟିରୁ ଉପଯୁକ୍ତ ସ୍ଥାନ। ଏଭଳି ନିଷ୍ପତ୍ତିକୁ ଓଡ଼ିଶା ହାଇକୋର୍ଟ ବାର୍‌ଆସୋସିଏସନ୍‌ ବିରୋଧ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ଜିଲ୍ଲା କୋର୍ଟ ଯଦି ବିକେନ୍ଦ୍ରୀକରଣ ହୋଇପାରୁଛି। ତେବେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ହେବାର କେଉଁଠି ଅସୁବିଧା ରହିଲା ।ଦେଶର ଛତିଶଗଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ପରି ଅନେକ ରାଜ୍ୟରେ ହାଇକୋର୍ଟର ଦ୍ବିତୀୟ କୋର୍ଟର ପ୍ରତିଷ୍ଠା ହୋଇଛି। ତେଣୁ  ରାଉରକେଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ‌ହେବା ନିହାତି ଆବଶ୍ୟକ।

ଏହାର ବିରୋଧରେ ରାଉରକେଲା ଓକିଲ ସଂଘ ସର୍ବଦା ଲ‌ଢ଼େଇ କରି ଆସିଛି। ଆଗାମୀ ଦିନରେ କରି ମଧ୍ୟ । ଦରକାର ପଡ଼ିଲେ ଜିଲ୍ଲାବାସୀଙ୍କୁ ତ୍ବରିତ ନ୍ୟାୟ ଦେବାକୁ ଓକିଲ ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ। ଆଜି ରାଉରକେଲା ଓକିଲ ସଂଘ ପକ୍ଷରୁ ନୂଆ କୋର୍ଟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓକିଲ ସଂଘର ସାଧାରଣ ସମ୍ପାଦକ ଅକ୍ଷୟ ସାହୁ କହିଛନ୍ତି। ସେ କହିଛନ୍ତି, ଜଷ୍ଟିସ୍‌ ଯଶବନ୍ତ ସିଂଙ୍କ ରିପୋର୍ଟ ଆଧାରକୁ ଭିତ୍ତିକରି  ରାଉର‌କେଲା ଓକିଲ ସଂଘ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି କରି ଆସୁଛି। ସହରରେ ଖୁବ୍‌ଶୀଘ୍ର ବିମାନ ବନ୍ଦର,  ବିଶ୍ବସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବାକୁ ଯାଉଛି। ଏଥିସହ ବଡ ବଡ କାରଖାନା ଓ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି। ମଡେଲ୍‌ କୋର୍ଟ ନିର୍ମାଣ ହେବାକୁ ଯାଉଛି। ଏସବୁକୁ ବିଚାରକୁ ନେଲେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ରାଉର‌କେଲା ସହର ହିଁ ଉପଯୁକ୍ତ ସ୍ଥାନ ବୋଲି ସେ କହିଛନ୍ତି।

ଉପସଭାପତି ସଦାନନ୍ଦ ସାହୁ କହିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଉଚ୍ଚତମ ନ୍ୟାୟାଳୟ ନ୍ୟାୟିକ ସେବାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲାସ୍ତରୀୟ ଅଦାଲତ ବିକେନ୍ଦ୍ରୀକରଣ କରି ବିଭିନ୍ନ ବ୍ଲକରେ ନ୍ୟାୟାଳୟ ମାନ ପ୍ରତିଷ୍ଠା କରାଯାଉଛି। ଏହି ପରିପ୍ରେକ୍ଷୀରେ କୌଣସି ଆସୋସିଏସନ୍‌ ହାଇକୋର୍ଟ କାର୍ଯ୍ୟର ବିକେନ୍ଦ୍ରୀକରଣ ବା ଅଧିକ ବେଞ୍ଚ ସ୍ଥାପନାକୁ ବିରୋଧ କରିବା ନିନ୍ଦନୀୟ। ରାଉରକେଲା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓକିଲ ସଂଘ କେବେ ପଛଘୁଞ୍ଚା ଦେବ ନାହିଁ ବୋଲି ସେ କହିଛନ୍ତି। ଅତରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ମାନସ ପଣ୍ଡା, ସହକାରୀ ସମ୍ପାଦକ ହରି ଡୋରା, ପାଠାଗାର ସମ୍ପାଦକ ଭାରତଭୂଷଣ ପାଣ୍ଡେ, କୋଷାଧ୍ୟକ୍ଷ ଶ୍ରୀନିବାସ ପଣ୍ଡା, ବିଜୟ ପଟ୍ଟନାୟକ,ବିଜୟ ଦାସ, ରମେଶ ବଳ, ଏମ୍‌. ମାଲେଶ୍ବରମ୍‌, ବାବୁଲି ପାତ୍ର ଓ ବିସ୍ମୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe