ବିଦ୍ୟୁତ୍‌ ସଂଯୋଗ ଦାବି ଜୋର ଧରିଲା

Advertisment
ବିଦ୍ୟୁତ୍‌ ସଂଯୋଗ ଦାବି ଜୋର ଧରିଲା

କାଳିଆପାଣି : କାଳିଆପାଣି ଥାନା ରାଁସୋଳ ପଞ୍ଚାୟତ କଲରଙ୍ଗିଅତ୍ତା ଦେହୁରୀସାହି, ମହାନ୍ତସାହି ଓ ଝୁମ୍ପୁରିସାହି ଗ୍ରାମବାସୀ ଅନ୍ଧାରରେ ଅଛନ୍ତି। ବକେୟା ଦେୟ ନଥାଇ ବିଦ୍ୟୁତ୍ ବିନା ଶତାଧିକ ଭପଭୋକ୍ତା ପରିବାର ୨୫ ଦିନ ହେଲା ହନ୍ତସନ୍ତ ହେଉଛନ୍ତି। ପିଲାମାନେ ପାଠ ପଢ଼ିବା ପାଇଁ ଡିବିରି କିମ୍ବା ପୁରୁଣା ଲଣ୍ଠନକୁ ଭରସା କଲା ବେଳକୁ କିରାସିନି ମିଳୁନି। ମୋବାଇଲ୍‌ ବ୍ୟାଟେରି ଚାର୍ଜ ପାଇଁ ପାଖ ପଡ଼ୋଶୀ ଗାଁର ସଂପର୍କୀୟଙ୍କ ଘର ଯିବାକୁ ପଡ଼ୁଛି। ଘରେ ଫ୍ରିଜ୍ ଥାଇ ଖାଦ୍ୟ ନଷ୍ଟ ହେଉଛି।

ଏହାକୁ ନେଇ ଗତକାଲି କଲରଙ୍ଗି ଦେହୁରୀସାହି କୋଠଘରେ ଏକ ବୈଠକ ହୋଇଥିଲା। ୩ ଗାଁର ପ୍ରତିନିଧି ରବୀନ୍ଦ୍ର ଭଞ୍ଜ, ରାଜେନ୍ଦ୍ର ସ୍ବାଇଁ, ପ୍ରଦୀପ ମହାନ୍ତ, କୃଷ୍ଣଚନ୍ଦ୍ର ଦେହୁରୀ, କୁଳମଣି ଦେହୁରୀ, କାଳନ୍ଦୀ ଦେହୁରୀ, ଜହରଲାଲ୍ ମହାନ୍ତ, ଅର୍ଜୁନ ମହାନ୍ତ, କାଳନ୍ଦୀ ମହାନ୍ତ, ସୁମନ୍ତ ମହାନ୍ତଙ୍କ ନେତୃତ୍ବରେ ୫୦ ରୁ ଅଧିକ ଉପଭୋକ୍ତା ସେସୁ(ଟିପିସିଓଡିଏଲ୍) କାଳିଆପାଣି ସେକ୍ସନ କାର୍ଯ୍ୟାଳୟକୁ ଆସି କର୍ମଚାରୀ ପରମେଶ୍ବର ପାତ୍ରଙ୍କୁ ଦାବିପତ୍ର ଦେଇଥିଲେ। ସପ୍ତାହେ ମଧ୍ୟରେ ଗାଁକୁ ବିଦ୍ୟୁତ୍ ସଂଯୋଗ ନହେଲେ ୯ ତାରିଖ ସକାଳୁ ସଂପୃକ୍ତ ୩ ଗ୍ରାମବାସୀ କଲରଙ୍ଗି ଗ୍ରିଡ୍‌ ସମ୍ମୁଖରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ଏସଂପର୍କରେ ସୁକିନ୍ଦା ତହସିଲଦାର ଓ କାଳିଆପାଣି ଥାନା ଅଧିକାରୀଙ୍କୁ ଅବଗତ କରାଯାଇଛି।

ସୂଚନା ଯୋଗ୍ୟ ଯେ, ଗତ ୮ ତାରିଖ ରାତିରୁ କଲରଙ୍ଗି ଗାଁ ମୁଣ୍ଡରେ ଥିବା ୧୦୦ ‌କେଭି ଟ୍ରାନ୍ସଫର୍ମରକୁ କାଟି ତମ୍ବା ଲୁଟି ନେଇଥିଲେ। ସେଦିନରୁ ୩ଟି ଗାଁରେ ବିଦ୍ୟୁତ୍ ସରବ‌ରାହ ସଂପୂର୍ଣ୍ଣ ବ୍ୟାହତ ହୋଇଛି। ୮୦ ଜଣ ଉପଭୋକ୍ତା ଓ ୨୧ ଜଣ ବିପିଏଲ୍‌ ଉପଭୋକ୍ତା ନିୟମିତ ବିଦ୍ୟୁତ୍‌ ବିଲ୍ ପୈଠ କରିଆସୁଥିଲେ ମଧ୍ୟ ବିଦ୍ୟୁତ୍ ସରବରାହ ସ୍ବାଭାବିକ କରିବାରେ ବିଭାଗୀୟ କର୍ତ୍ତୃପକ୍ଷ ଉଦାସୀନତା ଅବଲମ୍ବନ କରୁଛନ୍ତି। ଏସଂପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଇଂ ଯୋଗରାଜ ପ୍ରଧାନଙ୍କୁ ଯୋଗାଯୋଗ କରିବାର ଏଠାରେ ୩୩ କେଭି ଟ୍ରାନ୍ସଫର୍ମର ଉପଲବ୍‌ଧ ନଥିବା କହିଥିଲେ। ବିକଳ୍ପ ବ୍ୟବସ୍ଥାରେ ୧୧ କେଭି ଟ୍ରାନ୍ସଫର୍ମର ପାଇଁ ୭ ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳ ସୁପାରିସ ପାଇଁ ପଠାଯାଇଥିବା ଦର୍ଶାଇଥିଲେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ସବୁଜ ସଂକେତ ଓ ଅର୍ଥ ମଞ୍ଜୁର ପରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe