ବିଧାୟକ ପ୍ରଫୁଲ୍ଲ, ପୁଅ ପ୍ରୟାସକାନ୍ତିଙ୍କ ଗିରଫ ଦାବି ‌ଜୋର୍‌ ଧରିଲା

Advertisment

କଲେଜ ଫାଟକରେ ତାଲା ପକାଇ ଆନ୍ଦୋଳନ

କଲେଜ ଫାଟକରେ ତାଲା ପକାଇ ଆନ୍ଦୋଳନ

ବିଧାୟକ ପ୍ରଫୁଲ୍ଲ, ପୁଅ ପ୍ରୟାସକାନ୍ତିଙ୍କ ଗିରଫ ଦାବି ‌ଜୋର୍‌ ଧରିଲା

ଭଦ୍ରକ: ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜରେ ଇଡି ଖୋଳତାଡ଼ ପରେ ଦୀର୍ଘ ୧୭ ମାସ ଧରି ଦରମାରୁ ବଞ୍ଚିତ ଥିବା କଲେଜ କର୍ମଚାରୀଙ୍କ ଆନ୍ଦୋଳନ ଜୋର୍ ଧରିଛି। ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ସମନ ଜାରି କରାଯାଇଥିବା ବେଳେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କର୍ମଚାରୀଙ୍କ ପକ୍ଷରୁ ଦାବି କରାଯାଇଛି।

ସୂଚନା ଅନୁସାରେ, ସୋମବାର ଦିନ କଲେଜର ଶତାଧିକ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ କଲେଜ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ କରିଥିଲେ। ବିଧାୟକ, ତାଙ୍କ ପୁଅ ସମେତ କଲେଜର ପୂର୍ବତନ ଅଧ୍ୟକ୍ଷ ମନୋଜ ଗୋସ୍ୱାମୀ ଓ ବର୍ତ୍ତମାନର ଅଧ୍ୟକ୍ଷ ମୋହନ ପଣ୍ଡାଙ୍କୁ ଗିରଫ ଦାବି କରି କଲେଜ ଗେଟ୍‌ରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ପହଞ୍ଚି କର୍ମଚାରୀଙ୍କୁ ବୁଝାସୁଝା କରିଥିଲା। ହେଲେ, ଆନ୍ଦୋଳନକାରୀମାନେ ପୁଲିସ ଗାଡ଼ି ଆଗରେ ଶୋଇ ରହି ଜିଦ୍‌ରେ ଅଟଳ ରହିଥିଲେ। ଏହି ଘଟଣାକୁ ନେଇ ବରପଦା ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି। ପୁଲିସ ସେଠାରେ ଛାଉଣି ପକାଇ ଦିନରାତି ଜଗିରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe