ଜୋର୍‌ ଧରିଲା ମୋହନଗିରି ବ୍ଲକ ଗଠନ ଦାବି

Advertisment
ଜୋର୍‌ ଧରିଲା ମୋହନଗିରି ବ୍ଲକ ଗଠନ ଦାବି

ମ.ରାମପୁର: କଳାହାଣ୍ଡି ଜିଲ୍ଲା ଶେଷ ସୀମାରେ ରହିଥିବା ମୋହନଗିରି ହେଉଛି ଏକ ମାଓପ୍ରବଣ ଆଦିବାସୀ ବହୁଳ ଉପାନ୍ତ ଅଞ୍ଚଳ। ଏହା ଜିଲ୍ଲା ମୁଖ୍ୟାଳୟଠାରୁ ୯୦ କି.ମି. ଦୂରତାରେ ରହିଛି। ସେହିପରି ମୋହନଗିରିର ଆଖପାଖ ପଞ୍ଚାୟତ ଲୁବେନଗଡ଼ ଓ ଦେଢ଼ଶୁଲିରୁ ଜିଲ୍ଲା ମୁଖ୍ୟାଳୟ ୧୪୦ କି.ମି. ଦୂର। ସେହିପରି କୌଣସି କାମ ପାଇଁ ବ୍ଲକ୍ କାର୍ଯ୍ୟାଳୟ ମ.ରାମପୁରକୁ ଯିବାକୁ ହେଲେ ବଣପାହାଡ଼ ଘେରା ରାସ୍ତା ଦେଇ ୩୦ରୁ ୭୦ କି.ମି. ଯିବାକୁ ପଡ଼ୁଥିବା ଅଞ୍ଚଳବାସୀ କହିଛନ୍ତି।

ବର୍ଷ ବର୍ଷ ହେଲା ରାସ୍ତା ନିର୍ମାଣ ନେଇ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଅଞ୍ଚଳବାସୀ ବହୁ କଷ୍ଟରେ ଜୀବନ ଯାପନ କରୁଛନ୍ତି। ଅନ୍ୟପକ୍ଷରେ ସମସ୍ତ ସରକାରୀ ସଂସ୍ଥା, ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟାଙ୍କ, କଲେଜ ଏବଂ ଆଦର୍ଶ ଥାନା ମୋହନଗିରିରେ ଥିଲେ ମଧ୍ୟ ବ୍ଲକ ଘୋଷଣା କରାଯାଉ ନଥିବାରୁ ଅଞ୍ଚଳବାସୀ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଏଣୁ ମୋହନଗିରିକୁ ବ୍ଲକ୍‌ ଘୋଷଣା କରାଯିବାକୁ ଦାବି ଜୋର୍‌ ଧରିଛି। ଏନେଇ ମୋହନଗିରିରେ ସିଂହପୁର, ମାଣିକେରା, ଲୁବେନଗଡ଼, ମୋହନଗିରି ଓ ଦେଢ଼ଶୁଲି ପଞ୍ଚାୟତର ସମସ୍ତ ସରପଞ୍ଚ, ସମାଜସେବୀ, ଏସ୍‌ଏଚ୍‌ଜି ସଦସ୍ୟା, ସାମ୍ବାଦିକ ଓ ସାଧାରଣ ଜନତା ଏକାଠି ହୋଇ ଆଗାମୀ ଦିନରେ ନୂଆ ବ୍ଲକ ଗଠନ ଦାବି ଆନ୍ଦୋଳନ ଜୋରଦାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe