Amar Ujala
ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ୮୬ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ ଲାଇସେନ୍ସ ଦିଆଯାଇଛି। ସେଥିରୁ ୮୪ଟି ଦୋକାନ ଚାଲିଥିବା ବେଳେ ବାକି ୨ଟି ବିଭିନ୍ନ କାରଣରୁ ବନ୍ଦ ରହିଛି। ସେହିଭଳି ୧୪ଟି ଠିପି ଖୋଲା ବିଦେଶୀ ମଦ ଦୋକାନକୁ ଲାଇସେନ୍ସ ଦିଆଯାଇଥିବା ବେଳେ ସେଥିରୁ ଗୋଟିଏ ବନ୍ଦ ରହିଛି। ୪୪ଟି ଦେଶୀମଦ ଭାଟିକୁ ଲାଇସେନ୍ସ ମିଳିଛି। ସେଥିରୁ ମାତ୍ର ୧୯ଟି ଚାଲିଛି। ବାକି ୨୫ଟି ବନ୍ଦ ରହିଛି। ଯାହାଫଳରେ ବର୍ଷକୁ ବର୍ଷ ମଦ ରାଜସ୍ବ କମିବାରେ ଲାଗିଛି। ସରକାରଙ୍କ ଟାର୍ଗେଟ୍କୁ ଜିଲ୍ଲା ଅବକାରୀ ବିଭାଗ ପୂରଣ କରିବାରେ ବିଫଳ ହୋଇଛି।
/sambad/media/post_attachments/wp-content/uploads/2020/05/excise-300x149.jpg)
୨୦୧୯-୨୦ରେ ଜିଲ୍ଲା ଅବକାରୀ ବିଭାଗ ପାଇଁ ସରକାରୀ ମଦ ରାଜସ୍ବ ଟାର୍ଗେଟ୍ ୨୬ କୋଟି ଟଙ୍କା ଥିଲା। ହେଲେ ବିଭାଗ ୨୩ କୋଟି ଟଙ୍କା ରାଜସ୍ବ ଆଦାୟ କରିଥିଲା। ସେହିପରି ୨୦୨୦-୨୧ରେ ୨୮ କୋଟି ଟଙ୍କାର ରାଜସ୍ବ ଆଦାୟ ଟାର୍ଗେଟ୍ ଦିଆଯାଇଥିଲା। ହେଲେ ଆଦାୟ ହୋଇଥିଲା ମାତ୍ର ୧୮ କୋଟି ୩୮ ଲକ୍ଷ ୮୩ ହଜାର ଟଙ୍କା। ୨୦୨୧-୨୨ରେ ୩୪ କୋଟି ଟଙ୍କାର ରାଜସ୍ବ ଆଦାୟ ଟାର୍ଗେଟ୍ ଦିଆଯାଇଥିବା ବେଳେ ୨୫ କୋଟି ୬୬ ଲକ୍ଷ ଟଙ୍କା ଆଦାୟ ହୋଇଛି। ଲଗାତାର ଜିଲ୍ଲା ଅବକାରୀ ବିଭାଗ ଟାର୍ଗେଟ୍କୁ ଛୁଇଁ ପାରୁନାହିଁ। ଫଳରେ ୨୦୨୨-୨୩ ପାଇଁ ସରକାର ଜିଲ୍ଲା ଅବକାରୀ ବିଭାଗ ପାଇଁ ରାଜସ୍ବ ଟାର୍ଗେଟ୍ ବୃଦ୍ଧି ନକରି ୨୦୨୧-୨୨ରେ ଯାହା ଥିଲା ତାକୁ ବଳବତ୍ତର ରଖିଥିବା ଜଣାପଡ଼ିଛି।
Sambadଉଲ୍ଲେଖ ଥାଉକି ରାଜସ୍ବ କମିବା ପଛରେ ଚୋରା ମଦ କାରବାର କାରଣ ବୋଲି କିଛି ବୁଦ୍ଧିଜୀବୀ କହିଛନ୍ତି। ବେସରକାରୀ ଭାବେ ଯାହା ଜଣାପଡ଼ିଛି ବର୍ଷକୁ ଜିଲ୍ଲାରେ ପ୍ରାୟ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଚୋରାମଦ କାରବାର ହେଉଛି। ଝାଡ଼ଖଣ୍ଡର ଚୋରା ମଦ ବ୍ୟବସାୟୀମାନେ ଜିଲ୍ଲାକୁ ଆସି ବେଧଡ଼କ ମଦ କାରବାର କରୁଛନ୍ତି। ଜିଲ୍ଲା ଅବକାରୀ ବିଭାଗକୁ ନୂଆ ରାଜସ୍ବ ଟାର୍ଗେଟ୍ ମିଳି ନଥିବା ଯୋଗୁ ମଦ ଚୋରା କାରବାର ଆହୁରି ବଢ଼ିବ ବୋଲି ଚର୍ଚ୍ଚା ହେଉଛି। ଏନେଇ ଜିଲ୍ଲା ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ସହ ଯୋଗାଯୋଗ କରାଯାଇଥିଲା। ଆଗକୁ ଅବକାରୀ ନିୟମକୁ କଡ଼ାକଡ଼ି କରାଯିବ। ଯାହାଫଳରେ ରାଜସ୍ବ ଆଦାୟ ବଢ଼ିବା ସହ ଚୋରା ମଦ କାରବାର ଉପରେ ଅଙ୍କୁଶ ଲାଗିପାରିବ ବୋଲି ସେ କହିଛନ୍ତି।
Follow Us