ନିଷ୍କ୍ରିୟ ହେଲା ମାଓବାଦୀ ବିଛାଇଥିବା ଡିଟୋନେଟର୍‌

Advertisment
ନିଷ୍କ୍ରିୟ ହେଲା ମାଓବାଦୀ ବିଛାଇଥିବା ଡିଟୋନେଟର୍‌

ଭବାନୀପାଟଣା : ଭବାନୀପାଟଣା- ଥୁଆମୂଳ ରାମପୁର ରାସ୍ତାର କିଟପଦର୍‌ରେ ଡିଟୋନେଟର ବିଛାଇବା ସହ ଗଛ ପକାଇ ମାଓବାଦୀ ରାସ୍ତା ଅବରୋଧ କରିଥିଲେ। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଡିଟୋନେଟର୍‌କୁ ନିଷ୍କ୍ରିୟ କରିଥିଲା। ଫଳରେ ଏକ ବଡ଼ ଧରଣର ବିପଦକୁ ଟାଳି ଦିଆଯାଇ ପାରିଛି। ପୁଲିସ ମାଓବାଦୀ ଲଗାଇଥିବା ପୋଷ୍ଟର ଜବତ କରିବା ସହ ଗଛକୁ କାଟି ରାସ୍ତା ଅବରୋଧ ହଟାଇଥିଲା।

ଭବାନୀପାଟଣା ସଦର ମହକୁମାଠାରୁ ମାତ୍ର ୭ କିଲୋମିଟର ଦୂରରେ ଲାଲ ବାହିନୀ ସ୍ଥିତି ଜାହିର କରିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଛି। ଗତ ୯ ତାରିଖ ଟାପରାଙ୍ଗ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଥିଲେ। ଏହାପରେ ମାଓବାଦୀମାନେ ରକ୍ତମୁଖା ହୋଇ ଉଠିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe