କୃଷକର ଉନ୍ନତିରେ ରାଜ୍ୟର ବିକାଶ ସମ୍ଭବ: ମୁଖ୍ୟମନ୍ତ୍ରୀ

କୃଷକମାନେ ହେଉଛନ୍ତି ଆମ ସମାଜର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ସେମାନେ ଖରା, ବର୍ଷା, ଶୀତକୁ ଭ୍ରୂକ୍ଷେପ ନକରି ହାଡ଼ଭଙ୍ଗା ପରିଶ୍ରମ କରି ଆହାର ଯୋଗାଉଛନ୍ତି। କୃଷକଙ୍କୁ ବାଦ ଦେଇ ସମାଜର ପରିକଳ୍ପନା ଅସମ୍ଭବ।

ssfxcvcv

କେନ୍ଦୁଝର: କୃଷକମାନେ ହେଉଛନ୍ତି ଆମ ସମାଜର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ସେମାନେ ଖରା, ବର୍ଷା, ଶୀତକୁ ଭ୍ରୂକ୍ଷେପ ନକରି ହାଡ଼ଭଙ୍ଗା ପରିଶ୍ରମ କରି ଆହାର ଯୋଗାଉଛନ୍ତି। କୃଷକଙ୍କୁ ବାଦ ଦେଇ ସମାଜର ପରିକଳ୍ପନା ଅସମ୍ଭବ। କୃଷକଙ୍କ ଉନ୍ନତି ହେଲେ ରାଜ୍ୟର ବିକାଶ ହେବ ବୋଲି ରବିବାର କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟ ପଡ଼ିଆରେ ଆୟୋଜିତ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ। ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟ ଉପରେ ନିର୍ଭରଶୀଳ। ଆମ ସରକାର ଆସିବାର ମାତ୍ର ୨୪ ମିନିଟରେ ରାଜ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ କୃଷକ ସମୃଦ୍ଧି ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଯାହା ସରକାରଙ୍କ କୃଷି ଓ କୃଷକଙ୍କ କଲ୍ୟାଣ ନିମନ୍ତେ ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି। ଜଳବାୟୁ ପରିବର୍ତ୍ତନ, ଅସ୍ଥିର ବଜାର ମୂଲ୍ୟ ଏବଂ ଶ୍ରମିକ ଅଭାବ କୃଷି ଉତ୍ପାଦନରେ ବାଧା ସୃଷ୍ଟି କରୁଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କୃଷି ଯନ୍ତ୍ରପାତି ବ୍ୟବହାର ଦ୍ୱାରା କିପରି ଏହି ଚ୍ୟାଲେଞ୍ଜର ମୁକାବିଲା କରାଯାଇପାରିବ ତାହାକୁ ଦୃଷ୍ଟିରେ ରଖି ଏହି ମେଳା ଆୟୋଜନ କରାଯାଇଛି। ଏହା ଆମ କୃଷି ପଦ୍ଧତିକୁ ଆଧୁନିକୀକରଣ କରିବା ସହ ଚାଷୀଙ୍କୁ ବିଶ୍ୱ ବଜାରରେ ପ୍ରତିଯୋଗୀ ଭାବେ ଗଢ଼ି ତୋଳିବାରେ ସକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ୨୦୨୫-୨୬ ବଜେଟ୍‌ରେ କୃଷକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି।

ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ

ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ଇନ୍‍ପୁଟ୍‌ ସହାୟତା ଆକାରରେ ଅଧିକ ଅର୍ଥ ପ୍ରଦାନ କରାଯାଇ କ୍ବିଣ୍ଟାଲ୍‌ ପିଛା ୩୧ ଶହ ଟଙ୍କାରେ ଧାନ କିଣାଯାଉଛି। ସେହିପରି କେନ୍ଦ୍ର ସରକାରଙ୍କ ‘ପିଏମ୍‌ କିଷାନ’କୁ ରାଜ୍ୟ ଯୋଜନା ‘ସିଏମ୍‌ କିଷାନ’ ସହିତ ମିଶ୍ରଣ କରାଯାଇ କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ ବଜେଟ୍‌ରେ ୨ ହଜାର ୨୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ମାଣ୍ଡିଆ ଚାଷଦ୍ୱାରା ଖାଦ୍ୟ ସୁରକ୍ଷା ଓ ପୋଷଣର ଆବଶ୍ୟକତାକୁ ପୂରଣ କରିବା ପାଇଁ ‘ଶ୍ରୀଅନ୍ନ ଅଭିଯାନ’କୁ ୩୦ଟି ଜିଲ୍ଲାର ୧୭୭ଟି ବ୍ଲକ୍‌କୁ ସମ୍ପ୍ରସାରିତ କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା କରାଯାଇଛି। କୃଷି ଯାନ୍ତ୍ରୀକକରଣ ଓ କୃଷିଭିତ୍ତିକ ଉଦ୍ୟୋଗର ବିକାଶ ନିମନ୍ତେ ୪୨୫ କୋଟି ଟଙ୍କା, କୃଷି ଉଦ୍ୟୋଗକୁ ପ୍ରୋତ୍ସାହନ ତଥା ବ୍ୟବସାୟ ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୨୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଜିଲ୍ଲାପାଳ ବିଶାଲ ସିଂହ, କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଜାମି ସୂର୍ଯ୍ୟା ରାଓ, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୧୧ଜଣ ଚାଷୀଙ୍କୁ ବିଭିନ୍ନ ଯୋଜନାର ସୁବିଧା ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe