ବାଇକ୍‌ରେ ଦୁର୍ଗମ ଅଞ୍ଚଳ ବୁଲିଲେ ଗଜପତି ଜିଲ୍ଲାପାଳ

ବାଇକ୍‌ରେ ଦୁର୍ଗମ ଅଞ୍ଚଳ ବୁଲିଲେ ଗଜପତି ଜିଲ୍ଲାପାଳ

ମୋହନା: ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଆଜି ମୋହନା ବ୍ଲକ୍ ଗୁଲୁବା ପଞ୍ଚାୟତର ଦୁର୍ଗମ ଇଲାକା ଜାରଗଣ୍ଡା, ହଟାଗଣ୍ଡା ଓ ମୁଜେଡ଼ମା ଗ୍ରାମକୁ ବାଇକ୍‌ରେ ଯାଇ ଲୋକଙ୍କ ସମସ୍ୟା ଶୁଣିଛନ୍ତି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ କିଭଳି ଚାଲିଛି ତାହା ପଚାରି ବୁଝିବା ସହ ଗୁଲୁବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ବିଭିନ୍ନ ସମସ୍ୟାର ତଦାରଖ ସହ ମନ୍ଦିର ପରିଦର୍ଶନ କରିଥିଲେ। ଏହାପରେ ବିରିକୋଟ ଗ୍ରାମରେ ଥିବା କ୍ୟାଥୋଲିକ୍ ଚର୍ଚ୍ଚକୁ ଯାଇଥିଲେ। ଚର୍ଚ୍ଚର ଉନ୍ନତୀକରଣ ଓ ଆଧୁନିକୀକରଣ ପାଇଁ ଜନସାଧାରଣ ତାଙ୍କୁ ନିବେଦନ କରିଥିଲେ।

ଏ ଦିଗରେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ। ମୋହନା ବିଡିଓ ତପସ୍ବିନୀ ହାଁସଦା, ବ୍ଲକ୍ ଅଧ୍ୟକ୍ଷ ରଞ୍ଜିବ ଶବର, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଲ୍ଲିକ, ଗୁଲୁବା ସରପଞ୍ଚ ରେଜିନା ପ୍ରଧାନ, ଜନସନ ମାଝୀ ଓ ବିରିକୋଟର ପୂର୍ବତନ ସରପଞ୍ଚ ମୋଷା ମାଝୀ ପ୍ରମୁଖ ଜିଲ୍ଲାପାଳଙ୍କ ସହ ପାହାଡ଼ିଆ ଇଲାକା ଗସ୍ତ କରିଥିଲେ। ଜିଲ୍ଲାପାଳ ନିଜେ ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝିଥିବାରୁ ଅଞ୍ଚଳବାସୀ ତାଙ୍କୁ ସାଧୁବାଦ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe