ମାଓପ୍ରବଣ ପାଟଦରାକୁ ଜିଲ୍ଲାପାଳଙ୍କ ପ୍ରଥମ ଗସ୍ତ

Advertisment

ତଳେ ବସି ଆଦିବାସୀଙ୍କ ସହ ଆଲୋଚନା, ଖାଇଲେ ଜଙ୍ଗଲି କୋଳି ଓ ମାଣ୍ତିଆ ଜାଉ

ତଳେ ବସି ଆଦିବାସୀଙ୍କ ସହ ଆଲୋଚନା, ଖାଇଲେ ଜଙ୍ଗଲି କୋଳି ଓ ମାଣ୍ତିଆ ଜାଉ

ମାଓପ୍ରବଣ ପାଟଦରାକୁ ଜିଲ୍ଲାପାଳଙ୍କ ପ୍ରଥମ ଗସ୍ତ

ନୂଆପଡା/ବୋଡ଼େନ: ନୂଆପଡ଼ା ଜିଲ୍ଲା ବୋ‌ଡ଼େନ ବ୍ଲକ୍‌ ଭଇଁଷାଦାନୀ ପଞ୍ଚାୟତ ୧୭ଟି ଗ୍ରାମର ଆଦିବାସୀମାନେ ଗତକାଲି ଜିଲ୍ଲାପାଳଙ୍କ ପାଖକୁ ଆସି ପାଟଦରାକୁ ନିମନ୍ତ୍ରଣ କରିଥିଲେ। ଆଦିବାସୀଙ୍କ କଥାକୁ ରଖି ବୁଧବାର ଗାଁକୁ ପ୍ରଥମ କରି ଜିଲ୍ଲାପାଳ ସ୍ବଧାଦେବ ସିଂହ ଓ ଏସ୍‌ପି ପ୍ରତ୍ୟୁଷ ଦିବାକର ଗସ୍ତ କରିଛନ୍ତି। ଜିଲ୍ଲାପାଳଙ୍କୁ ଗ୍ରାମବାସୀ ପ୍ରଥମ କରି ଦେଖିବା ପରେ ଭବ୍ୟ ସ୍ବାଗତ କରି ‌ପାଟଦରା ଗାଁକୁ ପାଛୋଟି ନେଇଥିଲେ। ଏହି ଅବସରରେ ପାଟଦରାରେ ଏକ ସାପ୍ତାହିକ ହାଟର ଉଦ୍‌ଘାଟନ କରିବା ସହ ଉପସ୍ଥିତ ଗ୍ରାମବାସୀଙ୍କ ସହ ଜିଲ୍ଲାପାଳ ଓ ଏସ୍‌ପି ତଳେ ବସି ଆଲୋଚନା କରିଥିଲେ।

ଜୀବନ କାଳରେ ପ୍ରଥମ କରି କୌଣସି ଜିଲ୍ଲାପାଳଙ୍କୁ ପାଖରେ ପାଇ ଗ୍ରାମବାସୀ ସମସ୍ୟାଗୁଡ଼ିକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟତଃ ଗମନା ଗମନ, ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା ଓ ବିଦ୍ୟୁତ ଯୋଗାଣ ଆଦି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ। ସବୁ ସମସ୍ୟାର ସମାଧାନ କରାଯିବା ନେଇ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ପରେ ଗ୍ରାମବାସୀଙ୍କ ଅନୁରୋଧକ୍ରମେ ଜିଲ୍ଲାପାଳ ଧୋବଘାଟ ସହ ପାଟଦରା ଓ କରକପାଣି ଆଦି ପଡ଼ା ବୁଲି ଦେଖିଥିଲେ।

publive-image

ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଚାହାଁର‌, କୋଳି ଓ ସିଙ୍ଗକନ୍ଦା ଖାଇବାକୁ ଦିଆଯାଇଥିଲା। ଜିଲ୍ଲାପାଳ ଖୁସିର ସହ ତାହା ଗ୍ରହଣ କରିଥିଲେ। ପୁଣି ସେଠାକାର ଆଦିବାସୀଙ୍କ ମୁଖ୍ୟ ଖାଦ୍ୟ ମାଣ୍ତିଆ ଜାଉ ଖାଇଥିଲେ। ଜିଲ୍ଲାପାଳଙ୍କ ସହ ଏସ୍‌ପି ପ୍ରତ୍ୟୁଷ ଦିବାକର, ଜିଲ୍ଲା ପରିଷଦ ସଭାପତି ଡଲି ମାଝୀ ତଥା ବହୁ ଅଧିକାରୀ ଗସ୍ତରେ ସାମିଲ ଥିଲେ। ବୋଡ଼େନର ବହୁ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ଜିଲ୍ଲାପାଳ କ୍ଷୋଭ ପ୍ରକାଶ କରିଥିଲେ। ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe