ଜିଲ୍ଲା ହସ୍ପିଟାଲର ସମୀକ୍ଷା କରିବ ନିତି ଆୟୋଗ, ହସ୍ପିଟାଲ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏଚ୍‌ଏମ୍‌ଆଇଏସ୍ ପୋର୍ଟାଲରେ ଅପଲୋଡ କରିବାକୁ ନିର୍ଦେଶ

ଜିଲ୍ଲା ହସ୍ପିଟାଲର ସମୀକ୍ଷା କରିବ ନିତି ଆୟୋଗ, ହସ୍ପିଟାଲ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏଚ୍‌ଏମ୍‌ଆଇଏସ୍ ପୋର୍ଟାଲରେ ଅପଲୋଡ କରିବାକୁ ନିର୍ଦେଶ

The New Indian Express

ଭୁବନେଶ୍ବର: ଦେଶବ୍ୟାପୀ ଜିଲ୍ଲା ହସ୍ପିଟାଲଗୁଡ଼ିକର ଦ୍ବିତୀୟ ପର୍ଯ୍ୟାୟ ସମୀକ୍ଷା କରିବ ନିତି ଆୟୋଗ। ହସ୍ପିଟାଲଗୁଡ଼ିକରେ କିଭଳି ସେବା ଉପଲବ୍ଧ ହେଉଛି ତାହା ସମ୍ବନ୍ଧରେ ଏକ ତୃତୀୟ ପକ୍ଷ ଦ୍ବାରା ଏହାର ଅନୁଧ୍ୟାନ କରାଯିବ। ତେଣୁ ଜିଲ୍ଲା ହସ୍ପିଟାଲ ସମ୍ବନ୍ଧୀୟ ସମସ୍ତ ତଥ୍ୟ ସ୍ବାସ୍ଥ୍ୟ ପରିଚାଳନା ସୂଚନା ବ୍ୟବସ୍ଥା ବା ଏଚ୍‌ଏମ୍‌ଆଇଏସ୍‌ ପୋର୍ଟାଲରେ ଅପଲୋଡ କରିବାକୁ କୁହାଯାଇଛି। ଜିଲ୍ଲା ହସ୍ପିଟାଲର ପ୍ରଥମ ପର୍ଯ୍ୟାୟ ସମୀକ୍ଷା କୋଭିଡ ପୂର୍ବରୁ କରାଯାଇଥିଲା। ଏହି ସମୀକ୍ଷାର ମୂଳ ଉଦ୍ଦେଶ୍ୟ ହେଉଛି ହସ୍ପିଟାଲଗୁଡ଼ିକର କେଉଁ ପ୍ରକାର ସେବା ଉପଲବ୍ଧ ହେଉଛି, ରୋଗୀମାନେ ଏହି ସେବା ଦ୍ବାରା ଉପକୃତ ହେଉଛନ୍ତି କି ନାହିଁ ଭଳି ସୂଚକାଙ୍କୁ ନେଇ ହସ୍ପିଟାଲଗୁଡ଼ିକର ରୢାଙ୍କିଂ କରାଯିବ। ଏଥିପାଇଁ ରୢାଣ୍ଡମ୍ ହସ୍ପିଟାଲକୁ ବିଚାରକୁ ନିଆଯିବ। ତେଣୁ ହସ୍ପିଟାଲଗୁଡ଼ିକର ସମସ୍ତ ତଥ୍ୟକୁ ଅପଲୋ‌ଡ କରିବା ଲାଗି ସ୍ବାସ୍ଥ୍ୟସେବା, କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍‌ ରାଉରକେଲା ଓ ସବୁ ଜିଲ୍ଲାର ସିଡିଏମ୍‌ଓଙ୍କୁ ଚିଠି ଜାରି ହୋଇଛି। ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ପ୍ରତି ହସ୍ପିଟାଲର ସମୀକ୍ଷା କରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ସମୀକ୍ଷା ଦ୍ବାରା ନିତି ଆୟୋଗ ଦେଶବ୍ୟାପୀ ହସ୍ପିଟାଲମାନଙ୍କର ରୢାଙ୍କିଂ କରିଥାଏ। ରାଜ୍ୟ ସରକାର ମଧ୍ୟ ହସ୍ପିଟାଲଗୁଡ଼ିକ ପାଇଁ କେପିଆଇ ବା କି ପରଫରମାନ୍‌ସ ଇଣ୍ଡିକେଟର ଜରିଆରେ ହସ୍ପିଟାଲଗୁଡ଼ିକର ଅନୁଧ୍ୟାନ କରୁଛନ୍ତି। ତେଣୁ ଜିଲ୍ଲା ହସ୍ପିଟାଲଗୁଡ଼ିକର ସମସ୍ତ ତଥ୍ୟ ପ୍ରଦାନ କରାଯିବା ପରେ ତୃତୀୟ ପକ୍ଷ ଦ୍ବାରା ଏହାର ଅନୁଧ୍ୟାନ କରାଯିବ। କେବେ ସୁଦ୍ଧା ଏସବୁର ସମୀକ୍ଷା କରାଯିବ ତାହା ସଂପର୍କରେ ଅଧିକାରୀ ଜଣକ ସ୍ପଷ୍ଟ ସୂଚନା ଦେଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe