ଶ୍ରମିକଙ୍କ ସହ ମାଟି ଖୋଳିଲେ ଜିଲ୍ଲାପାଳ

Advertisment

ନୂଆପଡ଼ା ଜିଲ୍ଲାପାଳ ମଧୁସୂଧନ ଦାଶ ଶନିବାର କୋମନା ବ୍ଲକ୍‌ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ଶ୍ରୀ ଦାଶ ସମରସିଂ ପଞ୍ଚାୟତ ଖଜୁରବାହାଲ ଗାଁ ଜଙ୍ଗଲରେ ମନରେଗା ଯୋଜନାରେ ଚାଲିଥିବା ମାଟି କାମରେ ଶ୍ରମିକମାନଙ୍କ ସହ ମାଟି ଖୋଳିଥିଲେ।

ନୂଆପଡ଼ା ଜିଲ୍ଲାପାଳ ମଧୁସୂଧନ ଦାଶ ଶନିବାର କୋମନା ବ୍ଲକ୍‌ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ଶ୍ରୀ ଦାଶ ସମରସିଂ ପଞ୍ଚାୟତ ଖଜୁରବାହାଲ ଗାଁ ଜଙ୍ଗଲରେ ମନରେଗା ଯୋଜନାରେ ଚାଲିଥିବା ମାଟି କାମରେ ଶ୍ରମିକମାନଙ୍କ ସହ ମାଟି ଖୋଳିଥିଲେ।

gfjdgjgjddgjy

ନୂଆପଡ଼ା/କୋମନା: ନୂଆପଡ଼ା ଜିଲ୍ଲାପାଳ ମଧୁସୂଧନ ଦାଶ ଶନିବାର କୋମନା ବ୍ଲକ୍‌ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ଶ୍ରୀ ଦାଶ ସମରସିଂ ପଞ୍ଚାୟତ ଖଜୁରବାହାଲ ଗାଁ ଜଙ୍ଗଲରେ ମନରେଗା ଯୋଜନାରେ ଚାଲିଥିବା ମାଟି କାମରେ ଶ୍ରମିକମାନଙ୍କ ସହ ମାଟି ଖୋଳିଥିଲେ। ପ୍ରକାଶ ଯେ, ଆଜି ଜିଲ୍ଲାପାଳ ଶ୍ରୀ ଦାଶ, ଜିଲ୍ଲା ପରିଷଦ ସିଡିଓ ଲମ୍ବୋଧର ଧରୁଆ, କୋମନା ବିଡିଓ ସୁଧାଂଶୁ ଶେଖର ସାମଲ ଓ ବ୍ଲକ୍‌ ଅଧିକାରୀମାନେ କୋମନା ବ୍ଲକ୍‌ର ବିଭିନ୍ନ ଉନ୍ନୟନ କାମ ପରିଦର୍ଶନ କରିଥିଲେ। ଏହି ସମୟରେ କୋମନା ବ୍ଲକ୍‌ ସମରସିଂ ପଞ୍ଚାୟତ ଖଜୁରବାହାଲ ଗାଁରେ ପଞ୍ଚାୟତ ପକ୍ଷରୁ ମନରେଗା ଯୋଜନାରେ ଜଙ୍ଗଲର ଚାରିପଟେ ଟ୍ରେଞ୍ଚ୍‌ ଖନନ ଚାଲିଥିଲା।

ଏଥିରେ ୧୫୦ ଜଣ ଶ୍ରମିକ କାମ କରୁଥିଲେ। ଜିଲ୍ଲାପାଳ ଗାଡ଼ିରୁ ଓହ୍ଲାଇ ଶ୍ରମିକମାନଙ୍କ ସହ ଆଲୋଚନା କରିଥିଲେ। ପରେ ଜିଲ୍ଲାପାଳ ଶ୍ରୀ ଦାଶ ନିଜେ ହାତରେ ରଫା ଧରି ଶ୍ରମିକମାନଙ୍କ ସହ ମାଟି ଖୋଳିଥିଲେ। ସେହିପରି ସିଲଭା ପଞ୍ଚାୟତ ଚଞ୍ଚରାଝରଣ ଗାଁରେ ମଧ୍ୟ ଜିଲ୍ଲାପାଳ ଶ୍ରମିକମାନଙ୍କୁ ମାଟିକାମରେ ସହଯୋଗ କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଠିକ୍ ସମୟରେ ପାଉଣା ମିଳୁଛି କି ନାହିଁ ପଚାରି ବୁଝିଥିଲେ। ଜିଲ୍ଲାପାଳଙ୍କ ସହ ଜିଲ୍ଲାପରିଷଦ ସିଡିଓ ଶ୍ରୀ ଧରୁଆ ଓ କୋମନା ବିଡିଓ ଶ୍ରୀ ସାମଲ ମଧ୍ୟ ଶ୍ରମିକଙ୍କ ସହ ମାଟିକାମ କରିଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାପାଳଙ୍କ ଏଭଳି କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe