ମହିଳାଙ୍କୁ ଅସଦାଚରଣ, ଜାତିଆଣ ଆକ୍ଷେପ: ଗିରଫ ହୋଇ ଜେଲ୍‌ ଗଲେ ଜିଲ୍ଲା ଯୁବ ବିଜେଡି ସମ୍ପାଦକ

Advertisment
ଛାତ୍ରୀ ଅସଦାଚରଣ ମାମଲା: ପୂର୍ବ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

International Adviser

ଚିକିଟି : ଚିକିଟି ବ୍ଲକ୍ ଓ ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗ୍ରାମରେ ଗତ ୪ ତାରିଖ ରାତିରେ ଜଣେ ମହିଳାଙ୍କ ଘରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ପି.ଜଗା ରାଓ ପଶି ତାଙ୍କୁ ଅସଦାଚରଣ ଏବଂ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ମାମଲା ରୁଜୁ ପରେ ବୁଧବାର ଦିନ ଜଗାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।
ସୋରଳ ଗ୍ରାମର ଖଟାଙ୍ଗ ବେହେରାଙ୍କ ପତ୍ନୀ ୪ ତାରିଖ ରାତିରେ ଶୋଇଥିଲେ। ରାତି ପ୍ରାୟ ୧୧ଟା ବେଳେ ଜଗା ତାଙ୍କ ଘରର ଟିଣ କବାଟ ଭାଙ୍ଗି ଘରେ ପଶିଥିଲେ। ଆଉ ଖଟାଙ୍ଗଙ୍କ ପତ୍ନୀକୁ ଲୁଗା ଟାଣି ଅସଦାଚରଣ କରିଥିଲେ। ତେବ‌େ ଏହି ସମୟରେ ନିଦ ଭାଙ୍ଗିଯିବା ପରେ ସେ ଚିତ୍କାର କରିବାରୁ ଜଗା ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଖଟାଙ୍ଗ ଉଠିପଡ଼ିବାରୁ ଜଗା ତାଙ୍କୁ ମଧ୍ୟ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ଘଟଣା ସଂପର୍କରେ କାହାକୁ କିଛି କହିଲେ, ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe