ପ୍ରଖର ସ୍ରୋତରେ ଡାଇଭର୍ସନ୍‌ ରାସ୍ତା ଧୋଇଗଲା

Advertisment
ପ୍ରଖର ସ୍ରୋତରେ ଡାଇଭର୍ସନ୍‌ ରାସ୍ତା ଧୋଇଗଲା

ରାଇରଙ୍ଗପୁର: ନିର୍ମାଣଧୀନ ବିଜୁ ସେତୁ ପୋଲ ତଳେ ମାଛ ଧରୁଥିବାବେଳେ ବହଳଦା ଥାନା ଗୁଣ୍ଡୁରିଆ ଗ୍ରାମର ଗାନେ ବାସ୍କେ (୬୫) ନଦୀର ପ୍ରଖର ସ୍ରୋତରେ ଭାସିଯାଇ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ, ଅଁଳାଯୋଡି ପଞ୍ଚାୟତ ଗୁଡ଼ିଆ ନଦୀରେ ଦୁଇବର୍ଷ ଧରି ବିଜୁ ସେତୁ ନିର୍ମାଣ ଚାଲିଛି। ଆଜି ପୂର୍ବାହ୍ନରେ ପୋଲ ନିକଟ ଅସ୍ଥାୟୀ ରାସ୍ତା (ଡାଇଭର୍ସନ୍‌) ତଳ ଭାଗରେ ଗୁଣ୍ଡୁରିଆ ଗାଁ’ର ୭/୮ ଜଣ ଲୋକ ମାଛ ଧରୁଥିଲେ। ପୋଲ କାମରେ ନିୟୋଜିତ ଠିକାଦାର ଡାଇଭର୍ସନ୍‌ ରାସ୍ତାରେ ଲାଗିଥିବା ସାମଗ୍ରୀ ନେଇଯିବାରୁ ହଠାତ ସେଠାରେ ଘାଇ ହୋଇ ପ୍ରଖର ସ୍ରୋତରେ ପାଣି ମାଡ଼ି ଆସିଥିଲା।

ଫଳରେ ତଳମୁଣ୍ଡରେ ମାଛ ଧରୁଥିବା ଗୁଣ୍ଡୁରିଆ ଗାଁ’ର ଗାନେ ବାସ୍କେଙ୍କ ସହ ଅନ୍ୟମାନେ ଭାସି ଯାଇଥିଲେ। ତେବେ ଅନ୍ୟମାନେ ପହଁରି କୂଳରେ ପହଞ୍ଚିଥିବାବେଳେ ବୃଦ୍ଧ ଗାନେଙ୍କର ଆଉ ପତ୍ତା ମିଳିନଥିଲା। ଗାଁ ଲୋକଙ୍କଠାରୁ ଖବର ପାଇ ରାଇରଙ୍ଗପୁର ଅଗ୍ନିଶମ ବିଭାଗ ଅଧିକାରୀ ସୁନ୍ଦର ସୋରେନ୍‌, କର୍ମଚାରୀ ସୁଶାନ୍ତ ନାୟକ, ବନମାଳି କିଷାନ, ରଶ୍ମିରଞ୍ଜନ ନାୟକ, ଖେଲାରାମ ମାରାଣ୍ଡି ପ୍ରାୟ ୩ ଘଣ୍ଟା କାଳ ଖୋଜାଖୋଜି କରିବା ପରେ ନଦୀରୁ ଗାନେ ବାସ୍କେଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏ ନେଇ ବହଳଦା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe