Image Courtesy of East Coast Daily English
ରାଉରକେଲା: ଠକେଇ ମାମଲାରେ ସହରର ଏକ ଘରୋଇ ସ୍କୁଲ ବସ୍ ଡ୍ରାଇଭରକୁ ଆଜି ଉଠାଇ ନେଇଛି ଡେରାଡୁନ୍ ପୁଲିସ। ଡେରାଡୁନ୍ ଥାନାର ସ୍ବତନ୍ତ୍ର ପୁଲିସ୍ ଟିମ୍ ଆଜି ସକାଳେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନାରେ ପହଞ୍ଚିଥିଲେ। ସ୍ଥାନୀୟ ପୁଲିସ ସହାୟତାରେ ସେକ୍ଟର-୧୯ ଅଞ୍ଚଳରେ ରହୁଥିବା ଘରେ ଚଢ଼ଉ କରି ବସ୍ ଡ୍ରାଇଭର ଜାକିର ଅହମ୍ମଦ ସିଦ୍ଧିକୁ ଗିରଫ କରିଥିଲେ।
ପରେ ତାକୁ ଡେରାଡୁନ ନେଇ ଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ସିଦ୍ଧିକ ଗେମ୍ ଲୋଡ୍ ନାଁରେ ଡେରାଡୁନ୍ ଅଞ୍ଚଳର ଜଣେ ଯୁବକଙ୍କ ଠାରୁ ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିଲେ। ଠିକାମୀରେ ଶିକାର ଯୁବକ ଏ ସଂକ୍ରାନ୍ତରେ ଡେରାଡୁନ ଥାନାରେ ଲିଖିତ ଏତଲା ଦେଇଥିଲା। ଯୁବକଙ୍କ ଲିଖିତ ଏତଲା ଆଧାରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
Follow Us